Latest Odisha News

BREAKING NEWS

‘ମୋଦି କେବେ ପ୍ରତିଶୋଧ ନେଇ ନାହାଁନ୍ତି’: ଗୁଲାମ ନବୀ ଆଜାଦ

ଶ୍ରୀନଗର: କଂଗ୍ରେସ ଛାଡ଼ି ନୂଆ ଦଳ ଗଠନ କରିଥିବା ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି । ଏଥିସହ ଗୁଲାମ ନବୀ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓ ସଲମାନ ଖୁର୍ଶିଦଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ।

ବୁଧବାର ଗୁଲାନ ନବୀ ଆଜାଦଙ୍କ ଆତ୍ମଜୀବନୀ ‘ଆଜାଦ’ ପୁସ୍ତକ ଲୋକାର୍ପିତ ହେବ । ଯାହାର ଲୋକାର୍ପଣ କରିବେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ କର୍ଣ୍ଣ ସିଂ । ପୁସ୍ତକ ଲୋକାର୍ପଣ ପୂର୍ବରୁ ଗୁଲାମ ନବୀ ଆଜାଦ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦ କେବେ ପ୍ରତିଶୋଧ ପରାୟଣ ମନୋଭାବ ରଖି କାମ କରି ନାହାଁନ୍ତି । ଏଏନ୍ଆଇକୁ ଦେଇଥିବା ସାକ୍ଷାତକାରରେ ଆଜାଦ କହିଛନ୍ତି, ମୋଦି ବହୁତ ଉଦାର । ମୁଁ ବିରୋଧୀ ଦଳର ନେତା ଭାବେ କୌଣସି ପ୍ରସଙ୍ଗରେ ତାଙ୍କୁ ଛାଡ଼ି ନାହିଁ । ୩୭୦, ସିଏଏ ଅଥବା ହିଜାବ ହେଉ । ତଥାପି ପ୍ରଧାନମନ୍ତ୍ରୀ ମୋଦି କେବେ ପ୍ରତିଶୋଧ ପରାୟଣ ହୋଇ ନାହାଁନ୍ତି । ସେ ସବୁବେଳେ ଜଣେ ସହନଶୀଳ ରାଜନେତା ଭାବେ ନଜର ଆସିଛନ୍ତି ।

ସାକ୍ଷାତକାରରେ ଆଜାଦ ତାଙ୍କ ଆତ୍ମଜୀବନୀରେ ଲେଖିଥିବା କଥାର ଖୁଲାସା କରିଛନ୍ତି । କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଜମ୍ମୁକାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ । ଜମ୍ମୁକାଶ୍ମୀରକୁ ୨ ଭାଗରେ ବାଣ୍ଟି ଦେଇଥିଲେ । ଏହା ବିରୋଧରେ ବିରୋଧୀ ନେତା ଧାରଣା ଦେଇଥିବା ବେଳେ ସେଥିରେ କଂଗ୍ରେସ ମିଡିଆ ଇନଚାର୍ଜ ଜୟରାମ ରମେଶ ସାମିଲ୍ ହୋଇ ନଥିଲେ । ସେତେବେଳେ ସେ ରାଜ୍ୟସଭାରେ ଦଳର ମୁଖ୍ୟ ସଚେତକ ଥିଲେ ।

କେବଳ ଜୟରାମ ରମେଶ ନୁହଁନ୍ତି ୩୭୦ ଉଚ୍ଛେଦ ବିରୋଧରେ ବିପକ୍ଷ ଦଳର ଧାରଣାରେ ସଲମାନ ଖୁର୍ଶିଦ ସାମିଲ୍ ହୋଇ ନଥିଲେ । ଏହାଛଡ଼ା ଆଜାଦ ପୁସ୍ତକରେ କାହିଁକି ୨୦୨୦ ଠାରୁ କଂଗ୍ରେସ ନେତା ଓ ନେତୃତ୍ୱ ଉପରେ ପ୍ରଶ୍ନ କରୁଥିଲେ ସେନେଇ ଲେଖିଛନ୍ତି ।

Leave A Reply

Your email address will not be published.