Latest Odisha News

BREAKING NEWS

ଆଇପିଏଲରେ ପାଦ ଥାପିଲା କରୋନା

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ପାଦ ଥାପିଛି କରୋନା । ଏହି ଖବର ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଦୀର୍ଘ ଦିନ ପରେ ଷ୍ଟାଡିୟମରେ ଭରପୂର ସମର୍ଥକଙ୍କ ସହ ଏଥର ଆଇପିଏଲ ଖେଳାଯାଉଛି । ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବାକୁ ଥିବା ମୁକାବିଲା ପୂର୍ବରୁ ହିନ୍ଦୀ କମେଂଟେଟର ଆକାଶ ଚୋପ୍ରା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ସେ ଟୁଇଟ କରି ଜଣାଇଛନ୍ତି । ଆଉ କିଛି ଦିନ ମୁଁ କମେଂଟ୍ରି କରିପାରିବି ନାହିଁ । ଏପରିକି ୟୁଟ୍ୟୁବରେ ମଧ୍ୟ ଆପଣମାନଙ୍କ ସାମ୍ନାକୁ ଆସିପାରିବି ନାହିଁ ବୋଲି ସେ କହିଛନ୍ତି । ଗଳା ଖରାପ ଥିବାରୁ ତାଙ୍କ ସ୍ୱର ଠିକରେ ବାହାରି ପାରୁ ନାହିଁ ।

ମୋ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଖୁବ ଶୀଘ୍ର ସୁସ୍ଥ ହୋଇ ପୁନର୍ବାର କମେଂଟ୍ରି କରିବି ବୋଲି ସେ କହିଛନ୍ତି । ଆପଣମାନେ ମଧ୍ୟ କୋଭିଡ ନିୟମ ପାଳନ୍ତୁ ବୋଲି ଆକାଶ ଅନୁରୋଧ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ତାର ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ବେଳେ ଗୁଜରାଟ ଆରମ୍ଭରୁ ବିଜୟ ହାସଲ କରି ଦୃଢ଼ ମନୋବଳରେ ରହିଛି ।

Leave A Reply

Your email address will not be published.