Latest Odisha News

BREAKING NEWS

ବିନା ଓଟିପିରେ ମିଳିବନି ଏଲପିଜି ଗ୍ୟାସ, ଜାଣନ୍ତୁ କେବେଠୁ ?

ନୂଆଦିଲ୍ଲୀ: ଏଣିକି କେବଳ ଅନଲାଇନ୍ କିମ୍ବା ଫୋନରେ ବୁକିଂ କଲେ ମିଳିବନି ଏଲପିଜି ଗ୍ୟାସ । ବଦଳିବ ଗ୍ୟାସ ହୋମ୍ ଡେଲିଭରି ସିଷ୍ଟମ୍ । ଆଗାମୀ ଦିନରେ ଖୁବଶୀଘ୍ର ଓଟିପି ଦେଲେ ହିଁ ଘରେ ପହଂଚିବ ଗ୍ୟାସ । ଏଥିପାଇଁ ଏବେଠୁ ନିଜ ଫୋନ୍ ନମ୍ବର ଅପଡେଟ୍ କରାଇନିଅନ୍ତୁ ।

ରିପୋର୍ଟ ଅନୁୂଯାୟୀ ନଭେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ । ଗ୍ୟାସ ଚୋରି ଓ କଳାବଜାରୀ ରୋକିବା ଲାଗି ତୈଳ କମ୍ପାନୀଗୁଡିକ ଏପରି ନୂଆ ଯୋଜନା କରିଛନ୍ତି । ନୂଆ ନିୟମର ନାଁ DAC ବା Delivery Authentication Code ଭାବେ ନାମିତ କରାଯାଇଛି । ପ୍ରଥମେ ୧୦୦ଟି ସ୍ମାର୍ଟ ସିଟିରେ ଏହି ନିୟମ ଲାଗୁ ହେବା ନେଇ ନିଷ୍ପତ୍ତି ହୋଇଛି । ତେବେ ରାଜସ୍ଥାନ ଜୟପୁରରେ୍ ପରୀକ୍ଷାମୂଳକ ଭାବେ ଏହି ନିୟମ ଲାଗୁ ହୋଇସାରିଛି ।

DAC ନିୟମ ଅନୁଯାୟୀ ଗ୍ୟାସ ବୁକିଂ କରିବା ମାତ୍ରେ ଏକ କୋଡ ଆପଣଙ୍କ ମୋବାଇଲକୁ ଯିବ । ତେବେ ସେହି ଓଟିପିକୁ ଡେଲିଭରି ବୟକୁ ନଦେଲା ପର୍ଯ୍ୟନ୍ତ ଘରେ ଗ୍ୟାସ ଡେଲିଭରି ହେବନି । ଯଦି ମୋବାଇଲ ନମ୍ବରକୁ ନେଇ କୌଣସି ଅସୁବିଧା ରହିଛି, ତେବେ ଡେଲିଭରି ବୟ ପାଖରେ ଥିବା ଏକ ଆପ୍ଲିକେସନ ମାଧ୍ୟମରେ ମୋବାଇଲ ନମ୍ବର ଅପଡେଟ୍ କରିହେବ ।

Leave A Reply

Your email address will not be published.