ଭୁବନେଶ୍ବର: ଆପଲ୍ ଆନୁଷ୍ଠାନିକ ଭାବରେ ଲାଟେଷ୍ଟ ଅପରେଟିଂ ସିଷ୍ଟମ iOS 26 ର ପ୍ରଥମ ଡେଭଲପର୍ ଅପଡେଟ୍ ଜାରି କରିଛି। ଏହି ଅପଡେଟ୍ ଆଇଫୋନକୁ ଏକ ସମ୍ପୂର୍ଣ୍ଣ ନୂତନ ଲୁକ୍ ଦେଉଛି ଏବଂ ଏଥିରେ ଅନେକ AIଫିଚର ମଧ୍ୟ ଯୋଡାଯାଇଛି। ଆପଲ୍ iOS 26 ଅପଡେଟ୍ ସହିତ ଆଇଫୋନକୁ ଅନେକ ନୂଆ ଦକ୍ଷତା ପ୍ରଦାନ କରିଛି ।
iOS 26 ରେ ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଏହାର ଲିକ୍ବିଡ ଗ୍ଲାସ୍ ଡିଜାଇନ୍, ଯାହା ଇଣ୍ଟରଫେସକୁ ଆପ୍ସ ଏବଂ ମେନୁରେ ଏକ କ୍ଲିନ ଟ୍ରାନ୍ସପେରେଣ୍ଟ ଲୁକ୍ ଦେଇଥାଏ । କମ୍ପାନୀ ଏହି ଅପଡେଟରେ କେବଳ ଭିଜୁଆଲ୍ ନୁହେଁ ବରଂ ଅନେକ ନୂତନ ଫିଚର ମଧ୍ୟ ଯୋଡିଛି। ମେସେଜ୍ ଏବଂ ଫେସଟାଇମରେ ଅନେକ ସାନଦାର ଫିଚର, ଯେପରିକି ଲାଇଭ୍ ଅନୁବାଦ, ଏକ ସ୍ମାର୍ଟ କଲ୍ ସ୍କ୍ରିନିଂ ଟୁଲ୍ ଦେଇଛି । ସେହିପର ଆପଲ୍ ଇଣ୍ଟେଲିଜେନ୍ସ, ମେସେଜିଂ ଅପଗ୍ରେଡ୍, ଆପଲ୍ ଗେମ୍ସ ଆପ୍, କାରପ୍ଲେ, ମ୍ୟାପ୍ସ ଜେନମୋଜି, ଏୟାରପଡ୍ସ ଏବଂ ପ୍ୟାରେଣ୍ଟାଲ୍ ନିୟନ୍ତ୍ରଣ ଭଳି ସ୍ୱତନ୍ତ୍ର ଫିଚର ଅନ୍ତର୍ଭୁକ୍ତ କରାଯାଇଛି।
ଏହି ଅପଡେଟ୍ ବର୍ତ୍ତମାନ କେବଳ ଡେଭଲପରମାନଙ୍କ ପାଇଁ ରହିଛି, କିନ୍ତୁ ଯଦି ଆପଣ ଚାହାଁନ୍ତି ତେବେ ଆପଣ ଏହାକୁ ଆପଣଙ୍କ ଫୋନରେ ମଧ୍ୟ ଇନଷ୍ଟଲ୍ କରିପାରିବେ। ଏଥିପାଇଁ, ପ୍ରଥମେ ଆପଣଙ୍କୁ ଏକ ଡିଭାଇସ୍ ଆବଶ୍ୟକ ଯାହା iOS26 କୁ ସପୋର୍ଟ କରୁଥିବ । ଏବଂ ଏହା ପରେ, ଡିଭାଇସରେ ଅତି କମରେ 15 ରୁ 20GB ସ୍ପେସ ରହିବା ଆବଶ୍ୟକ। ଏଲିଜିବଲ ଡିଭାଇସ୍ ଥିବା ଉପଭୋକ୍ତାମାନେ କୌଣସି ଅତିରିକ୍ତ ଖର୍ଚ୍ଚ ବିନା ନୂତନ OS ଇନଷ୍ଟଲ୍ କରିପାରିବେ।
ଆପଣଙ୍କୁ ଜଣାଇ ଦେଉଛୁ ଯେ ନୂତନ iOS 26 ବିଟା ଅପଡେଟ୍ କେବଳ iPhone 11 କିମ୍ବା ନୂତନ ମଡେଲରେ କାମ କରିବ। ଏଥିସହ ସେମାନଙ୍କର ଡିଭାଇସ୍ ପୂର୍ବରୁ ଲେଟେଷ୍ଟ ଷ୍ଟେବଲ iOS 18.5ରେ ଥିବ ।
iOS 26 Developer Betaକୁ ଏପରି କରିବେ ଇନଷ୍ଟଲ୍ ..
– ଆପଣଙ୍କୁ Apple Developer Program (https://developer.apple.com)ରେ ଯୋଗ ଦେବାକୁ ପଡିବ, ଯାହା ମାଗଣା ରହିଛି ।
-Apple ID ସହିତ ସାଇନ୍ ଇନ୍ ଏବଂ ପଞ୍ଜିକରଣ କରିବା ପରେ, iPhone Settingsକୁ ଯାଆନ୍ତୁ।
– (Settings > General > Software Update )ଏବେ General ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ Software Update ଉପରେ ଟ୍ୟାବ୍ କରନ୍ତୁ।
Beta Update ଉପରେ କ୍ଲିକ୍ କଲେ, iOS 26 Developer Beta ବିକଳ୍ପ ଚୟନ କରନ୍ତୁ ।
-ଏବେ ଅପଡେଟ୍ ସେକ୍ସନକୁ ଫେରି ଆସନ୍ତୁ, ଏଠାରେ ଆପଣଙ୍କୁ iOS 26 ଡେଭଲପର୍ ବିଟା ଡାଉନଲୋଡ୍ କରିବାର ବିକଳ୍ପ ମିଳିବ।
-ଶେଷରେ ଡାଉନଲୋଡ୍ ଏବଂ ଇନଷ୍ଟଲ୍ ବିକଳ୍ପ ଉପରେ କ୍ଲିକ୍ କରିବା ଦ୍ୱାରା, ଏହି ନୂତନ OS ଆପଣଙ୍କ ଫୋନରେ ଇନଷ୍ଟଲ ହୋଇଯିବ।
Comments are closed.