Latest Odisha News

BREAKING NEWS

ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ୍ ରୋଡ୍, ଚିନ୍ତାରେ ୧୦ ପଞ୍ଚାୟତବାସୀ

କାମାକ୍ଷାନଗର: ରାଜ୍ୟରେ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ହେଉଥି । ଲଗାଣ ବର୍ଷା ଫଳରେ ତଳିଆ ଅଞ୍ଚଳରେ ପାଣି ଜମୁଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଧୋଇ ଯାଇଛି ଆପ୍ରୋଚ୍ ରୋଡ୍ । ଜିଲ୍ଲାର ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ବତାସିଂହ ନାଳ ଉପର ଆପ୍ରୋଚ ରୋଡଟି ବର୍ଷା ଜଳରେ ଧୋଇ ଯାଇଛି ।

ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆପ୍ରୋଚ୍ ରୋଡ୍ ଧୋଇଯିବା ଫଳରେ ପଣ୍ଡୁଆ-ଭାଲୁମୁଣ୍ଡା ମଧ୍ୟରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଅଟକ ରହିଛି । ଏହାଦ୍ୱାରା କାମାକ୍ଷାନଗର ଓ ପରଜଙ୍ଗ ବ୍ଲକର ପ୍ରାୟ ୧୦ ଗୋଟି ପଞ୍ଚାୟତର ଲୋକ ପ୍ରଭାବିତ ହୋଇଛନ୍ତି ।

ବତାସିଂହ ଗାଁ ଜୋର ଉପରେ ନିର୍ମାଣ ହେଉଥିବା ବ୍ରିଜର ମନ୍ଥର କାର୍ଯ୍ୟ ଯୋଗୁଁ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଣ୍ଡୁଆ-ଭାଲୁମୁଣ୍ଡା ଦେଇ ସାଆନ୍ଦାକୁ ସଂଲଗ୍ନ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ବତାସିଂହ ଗାଁ ଜୋରରେ ୫ ଫୁଟ ଉଚ୍ଚର ପାଣି ଚଳାଚଳ ଯୋଗୁଁ ଆପ୍ରୋଚ୍ ରୋଡଟି ଧୋଇ ଯାଇଛି ।

Leave A Reply

Your email address will not be published.