Latest Odisha News

BREAKING NEWS

ପ୍ରିୟା ବାନାର୍ଜୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପ୍ରତୀକ ବାବର

ମୁମ୍ବାଇ: ଅଭିନେତା ପ୍ରତୀକ ବାବର ଚଳିତ ବର୍ଷ ଆରମ୍ଭରୁ ପତ୍ନୀ ତଥା ଫିଲ୍ମ ନିର୍ମାତା ସାନ୍ୟା ସାଗରଙ୍କ ବିବାହ ବିଚ୍ଛେଦ ଘଟିଛି । ୨୦୧୯ରେ ବିବାହ କରିବା ପୂର୍ବରୁ ଉଭୟ ଏକତ୍ର ଦୀର୍ଘ ଦିନ ସମୟ କାଟିଥିଲେ । ପ୍ରତୀକ ଏବେ ପ୍ରିୟା ବାନାର୍ଜୀଙ୍କ ସହ ଡେଟ କରୁଛନ୍ତି । ମିଡିଆ ରିପୋର୍ଟ୍ସ ଅନୁସାରେ ଉଭୟ ଲୁଚାଛପାରେ ନିର୍ବନ୍ଧ କରି ସାରିଛନ୍ତି । ପ୍ରତୀକ ତାଙ୍କ ଜନ୍ମଦିନର ଦୁଇ ଦିନ ପୂର୍ବରୁ ପ୍ରିୟାଙ୍କୁ ପ୍ରପୋଜ କରିଥିଲେ ଏବଂ ସେ ସ୍ୱୀକାର କରିବା ପରେ ଉଭୟଙ୍କ ନିର୍ବନ୍ଧ ହୋଇଛି । ନଭେମ୍ବର ୨୮ରେ ଇନଷ୍ଟାଗ୍ରାମରେ ପ୍ରିୟା ଏକ ଫଟୋ ଶେୟାର କରିଥିଲେ । ଏଥିରେ ପ୍ରତୀକ ତାଙ୍କୁ ଚୁମ୍ବନ କରୁଛନ୍ତି ।

ପ୍ରତୀକ ମଧ୍ୟ ଖୋଲାଖୋଲି ଭାବେ ପ୍ରିୟାଙ୍କ ସମ୍ପର୍କକୁ ସ୍ୱୀକାର କରିଛନ୍ତି । ପ୍ରିୟାଙ୍କୁ ପାଇବା ପରଠାରୁ ମୋ ଜବୀନରେ ଅନେକ ପରିବର୍ତନ ହୋଇଛି । ସାନ୍ୟାଙ୍କ ସହ ଛାଡପତ୍ର ନେବାର କାର୍ଯ୍ୟ ସମ୍ପନ୍ନ ହୋଇ ନ ଥିବାରୁ ଉଭୟ ପରସ୍ପର ଅଲଗା ରହୁଥିଲେ । କେବେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ତାହା ସମୟ କହିବ ।

Leave A Reply

Your email address will not be published.