Latest Odisha News

BREAKING NEWS

ତୁର୍କୀରେ ସାମନ୍ଥା-ବିଜୟ, ସେୟାର କଲେ ଫଟୋ

ମୁମ୍ବାଇ:ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ଏବେ ଖୁବ୍ ଚର୍ଚ୍ଚାରେ । ତୁର୍କୀରେ ଏବେ ସେମାନେ ମଜାମସ୍ତି କରୁଥିବା ନଜର ଆସିଛନ୍ତି । ଏହାର ଫଟୋକୁ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ବିଜୟ ଓ ସାମନ୍ଥାଙ୍କ ଆଗାମୀ ଫିଲ୍ମ ‘ଖୁସି’ ଖୁବ୍‌ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମର ଗୋଟିଏ ଗୀତର ସୁଟିଂ ତୁର୍କୀରେ ଚାଲିଛି । ସେନେଇ ସାମନ୍ଥା ଏବଂ ବିଜୟ ତୁର୍କୀରେ ଅଛନ୍ତି । ସୁଟିଂରୁ ସମୟ ବାହାର କରି ସେମାନେ ମଜାମସ୍ତି କରୁଛନ୍ତି ଓ ତାହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହୋଇଛି । ସାମନ୍ଥା ନିଜର ବୋଲ୍ଡ ଅନ୍ଦାଜରେ ଫଟୋ ସେୟାର କରିଥିବାବେଳେ ବିଜୟ ତୁର୍କୀର ବିଭିନ୍ନ ରେଷ୍ଟୁରାଣ୍ଟ ବୁଲି ଖାଇବାର ମଜା ଉଠାଇଛନ୍ତି । ଏହି ଫିଲ୍ମ ସେପ୍ଟେ୍ଟମ୍ବର ୧ରେ ରିଲିଜ୍ ହେବ । ଦୀର୍ଘ ୪ବର୍ଷ ପରେ ଦୁହେଁଏହି ଫିଲ୍ମରେ ନଜର ଆସିବେ । ୨୦୧୮ ମସିହାରେ ଫିଲ୍ମ ‘ମହାନତି’ରେ ଦୁହେଁ ଏକାଠି ନଜର ଆସିଥିଲେ ।

Leave A Reply

Your email address will not be published.