Latest Odisha News

BREAKING NEWS

ଚହଲଙ୍କୁ ପଛରେ ପକାଇଲେ ଅର୍ଶଦୀପ

କୋଲକାତା: ଇଡେନଗାର୍ଡେନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚରେ ଅର୍ଶଦୀପ ସିଂ ରେକର୍ଡ କରିଛନ୍ତି । ଅର୍ଶଦୀପ ସିଂ ଏହି ମ୍ୟାଚରେ ୨ଟି ୱିକେଟ ନେବା ସହ ଟି୨୦ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ଓଭରାଲ ୯୭ ୱିକେଟ ନେଇଛନ୍ତି । ତାଙ୍କ ପୂର୍ବରୁ ୟୁଜଭେନ୍ଦ୍ର ଚହଲ ଭାରତ ପକ୍ଷରୁ ସର୍ବାଧିକ(୯୬) ୱିକେଟ ହାସଲ କରିଥିଲେ । ଅର୍ଶଦୀପ ଏବେ ଚହଲଙ୍କୁ ଅତିକ୍ରମ କରିଛନ୍ତି । ଅର୍ଶଦୀପ ୩୫ ଥର ବିପକ୍ଷ ଦଳର ଓପନିଂ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଛନ୍ତି । ପ୍ରଥମ ଟି୨୦ରେ ଇଂଲଣ୍ଡ ୧୩୩ ରନର ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି ।

ଟସ ଜିତି ସୂର୍ଯ୍ୟକୁମାର ଯାଦବ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଅଧିନାୟକ ଜୋସ ବଟଲର ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୬୮ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ଟିମ ଇଣ୍ଡିଆର ବରୁଣ ଚକ୍ରବର୍ତି ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅର୍ଶଦୀପ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

Comments are closed.