Latest Odisha News

BREAKING NEWS

ସମାଲୋଚିତ ହେବା ପରେ ୨୦୦ରୁ ଊର୍ଦ୍ଧ୍ୱ ପୋଷ୍ଟ ଡିଲିଟ କଲେ ଅର୍ଶଦୀପ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ କିଙ୍ଗସ ଏକାଦଶ ପଞ୍ଜାବ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ପରେ ଖରାପ ଖେଳି ପ୍ଲେ ଅଫରୁ ବାଦ ପଡିଛି । ଏହା ମଧ୍ୟରେ ସୋସିଆଲ ମିଡିଆରେ ଅଧିକ ବ୍ୟସ୍ତ ରହିବା ନେଇ ଦଳର ପେସ ବୋଲର ଅର୍ଶଦୀପ ସିଂଙ୍କୁ ପ୍ରଶଂସକମାନେ ସମାଲୋଚିତ କରିଥିଲେ । ଏବେ ଅର୍ଶଦୀପ ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରୁ ୨୦୦ରୁ ଅଧିକ ପୋଷ୍ଟ ଡିଲିଟ କରିଛନ୍ତି । ସେ ତାଙ୍କ ପ୍ରୋଫାଇଲ ଫଟୋ ମଧ୍ୟ ବଦଳାଇଛନ୍ତି । ତେବେ ସେ ପ୍ରକୃତରେ କଣ ପାଇଁ ପୋଷ୍ଟ ଡିଲିଟ କଲେ ତାହା ଜଣାପଡିନି ।

ବିରାଟ କୋହଲିଙ୍କ ସହ ଏକ ରିଲ ତାଙ୍କ ଭାଇରାଲ ହୋଇଥିଲା । ଏଥିରେ ସେ କୋହଲିଙ୍କୁ କହିଥିଲେ ବଡ ଟାର୍ଗେଟ ଥିଲେ କ୍ରମାଗତ ତୃତୀୟ ଶତକ ମଧ୍ୟ ମାରିଥାନ୍ତେ । ଏହାକୁ ୧.୫ କୋଟି ଲୋକ ଦେଖିଛନ୍ତି । ତେବେ ୟୁଜଭେନ୍ଦ୍ର ଚହଲଙ୍କ ଇ ସିଗାରେଟ ପିଇବା ଭିଡିଓ ଏବଂ ତିଳକ ବର୍ମାଙ୍କୁ ଅନ୍ଧାର କହିବା ଭିଡିଓକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ବିସିସିଆଇ ସୋସିଆଲ ମିଡିଆ ଗାଇଡଲାଇନ ଜାରୀ କରିଥିଲା । ଏଥିରେ କେତେ କଟକଣା ରହିଥିଲା । ଅର୍ଶଦୀପ ୧୪ ମ୍ୟାଚରେ ୧୪ ୱିକେଟ ହାସଲ କରିଥିଲେ । ପଞ୍ଜାବ ପ୍ଲେ ଅଫରେ ପ୍ରବେଶ ନ କରିବା ପ୍ରଶଂସକଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛି ।

Leave A Reply

Your email address will not be published.