Latest Odisha News

ଦଳ ସପକ୍ଷରେ ଯାହା ନିଷ୍ପତି ହେବ ମାନିବୁ: କେଭି ସିଂହଦେଓ

ଭୁବନେଶ୍ବର: ଗତକାଲି ଠାରୁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେଡି ବିଜେପି ମହାମେଣ୍ଟ ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି । ଗତକାଲି ଦୁଇ ଦଳର ଘନ ଘନ ବୈଠକ । ରାଜ୍ୟ ରାଜଧାନୀରୁ ଦିଲ୍ଲୀ ପର୍ଯ୍ୟନ୍ତ ମହାମେଣ୍ଟକୁ ନେଇ ଚାଲିଛି ବିଚାରବିମତ୍ସ । ଏହାରି ଭିତରେ ମେଣ୍ଟକୁ ନେଇ ବିଜେପି ନେତା କେଭି ସିଂଦେଓଙ୍କ ପ୍ରତିକ୍ରିୟା  ରଖିଛନ୍ତି। କହିଛନ୍ତି ସଭାପତି ଓ ସଂଗଠନ ମହାମନ୍ତ୍ରୀ ଦିଲ୍ଲୀରୁ ଫେରିବାକୁ ଅପେକ୍ଷା କରନ୍ତୁ। ଦଳର ନିଷ୍ପତି ସହ କେଭି ସିଂଦେଓ ସବୁବେଳେ ଠିଆ ହୋଇଛି । ଦଳ ସପକ୍ଷରେ ଯେଉଁ ନିଷ୍ପତି ନିଆଯିବ ତାକୁ କାର୍ଯକର୍ତ୍ତା ସମର୍ଥନ କରିବେ । ସିଂହଦେଓଙ୍କ ଏପରି ବୟାନ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି ।

ନବୀନ ନିବାସରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଅରବିନ୍ଦ ।

 

Leave A Reply

Your email address will not be published.