Latest Odisha News

BREAKING NEWS

୪ ଦିନ ପରେ ବଢ଼ିବ ତାତି, ଉପରମୁହାଁ ହେବ ପାରଦ

ଭୁବନେଶ୍ବର:-  ଆଗାମୀ ୪ ଦିନ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ନାହିଁ । ହେଲେ ୪ ଦିନ ପରେ ୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା । ଉପରମୁହାଁ ହେବ ପାରଦ । ସଝିବ ଓଡ଼ିଶା,ବଢ଼ିବ ଖରା । ଘରୁ ବାହାରିବା ଅସମ୍ଭବ ହୋଇପଡ଼ିବ, ଖରା ପ୍ରକୋପରେ ଡହଳବିକଳ ହୋଇପଡ଼ିବେ ଲୋକମାନେ । ଏଭଳି କିଛି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୧୧ରୁ ୧୪ ତାରିଖ ଯାଏଁ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ପ୍ରାୟ ୪ ଡିଗ୍ରୀ ଉପକୁ ଉଠିପାରେ ପାରଦ । ତେବେ ଆଗାମୀ ୪ ଦିନ ଯାଏଁ ତାପମାତ୍ରାରେ ସେଭଳି କିଛି ପରବର୍ତନ ହେବା ନାହିଁ ବୋଲି ସୂଚନା ଦେଇଛି ଆଂଚଳିର ପାଣିପାଗ ବିଜ୍ଞାନ କେନ୍ଦ୍ର । ଓଡିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି । ଫଳରେ କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଛି । ହେଲେ ୧୧ ତାରିଖ ପରଠାରୁ ଏଥିରେ ପରିବର୍ତନ ପରିଲକ୍ଷିତ ହେବ । ତାପମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି । ୩ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବଢିବାରୁ ପ୍ରବଳ ତାତି ଅନୁଭୁତ ହେବାର ଆଶଙ୍କା ରହିଛି ।

Leave A Reply

Your email address will not be published.