Latest Odisha News

BREAKING NEWS

ବିଜେଡି ଛାଡିଲେ ଅନୁଭବ ପଟ୍ଟନାୟକ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ଵର: ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ । ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅନୁଭବ । ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ ଟିକେଟ୍‌ ଆଶାୟୀ ଥିଲେ। ମାତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅନୁଭବ ନିରାଶ ହୋଇଛନ୍ତି । ଏଥିରେ ବିମୁଖ ହୋଇ ଅନୁଭବ ବିଜେଡି ଛାଡ଼ିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।

ଦୀର୍ଘ ୪୦ ବର୍ଷ ହେଲା ମୋର ପୁରା ପରିବାର ଖଣ୍ଡପଡାରେ ଦଳର ସଙ୍ଗଠନକୁ ସୁଦୃଢ କରିବାକୁ ଚେଷ୍ଟିତ ରହିଛନ୍ତି । ପ୍ରତି ନିର୍ବାଚନରେ ମଧ୍ୟ ମୋ ପରିବାର ଦଳକୁ ଜିତାଇବାକୁ କାମ କରିଛନ୍ତି । ହେଲେ ଏହାସତ୍ତ୍ୱେ ମଧ୍ୟ ୨୦୧୯ରେ ଦଳ ମୋତେ ଟିକେଟ୍ ଦେଇନଥିଲା । ହେଲେ ତା ପରେ ବି ମୁଁ ଦଳ ପାଇ ନିଜର କର୍ତ୍ତବ୍ୟ ପାଳନ କରିଆସୁଥିଲେ । ଖାଲି ସେତିକି ନୁହେଁ, ୨୦୨୪ରେ ମଧ୍ୟ ମୋ ପ୍ରତି ପୁଣିଥରେ ଅନ୍ୟାୟ କରାଯାଇଛି । ଖଣ୍ଡପଡାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢିବାରୁ ମୋତେ ବଞ୍ଚିତ କରାଯାଇଛି ବୋଲି ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଅନୁଭବ । ସେପଟେ ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱ ସଦାସର୍ବଦା ମୋତେ ଅସ୍ତ୍ର କରି ନିଜର ସ୍ୱାର୍ଥ ସାଧନ କରିଛନ୍ତି । ବର୍ଷ ବର୍ଷ ଧରି ଦଳରେ ରହିଲା ପରେ ବି, ଦଳ ଏକପ୍ରକାର ପକ୍ଷପାତିତା କରିଛି ବୋଲି ଅଭିଯୋଗ କରିଛନ୍ତି ଅନୁଭବ ।

ସୂଚନାଯୋଗ୍ୟ ଯେ, ଆଜି ବିଜେଡି ଖଣ୍ଡପଡାର ପ୍ରାର୍ଥୀ ଘୋଷଣା କରିଛି । ସେଠାରେ ଅନୁଭବ ଆଶାୟୀ ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଇ ନାହିଁ । ତାଙ୍କ ପରିବର୍ତ୍ତେ ନୂଆ ପ୍ରାର୍ଥୀ ସାବିତ୍ରୀ ପ୍ରଧାନଙ୍କୁ ଦଳ ଟିକେଟ ଦେଇଛି । ଏହାର ପ୍ରତିବାଦରେ ଅନୁଭବ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.