Latest Odisha News

BREAKING NEWS

ଜେଲରେ ଥାଇ ଦିଲ୍ଲୀବାସୀଙ୍କ ପାଣି ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜେଲରୁ ଆସିଲା ଦିଲ୍ଲୀ ଜଳ ସମସ୍ୟାକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶ । ଏନେଇ ଜଳମନ୍ତ୍ରୀ ଆତିଶୀ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜେଲରେ ଥିବା ବେଳେ ବି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନସାଧାରଣଙ୍କ ପାଇଁ ଚିନ୍ତିତ । ଜେଲରେ ଥାଇ ମଧ୍ୟ ଦିଲ୍ଲୀର କିଛି ଅଞ୍ଚଳରେ ଥିବା ଜଳ ସମସ୍ୟାକୁ ଯଥା ଶୀଘ୍ର ସମାଧାନ କରାଯାଉ ବୋଲି ସେ ମୋତେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବାର ତିନି ଦିନ ପରେ ଆମ୍ ଆଦମୀ ପାର୍ଟି ବିଜେପିକୁ ଟାର୍ଗେଟ କରିଛି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମନ୍ତ୍ରୀ ଆତିଶୀ କହିଛନ୍ତି ଯେ, ଇଡି ହେପାଜତରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ସମସ୍ତ ଜନସାଧାରଣଙ୍କୁ ତାଙ୍କ ପରିବାର ବୋଲି ଭାବନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀରେ ପାନୀୟ ଜଳ ଏବଂ ସ୍ୱେରେଜ୍ ସମସ୍ୟା ରହିଛି। ଗ୍ରୀଷ୍ମ ସମୟରେ ଏହି ସମସ୍ୟା କେତେକ ଅଞ୍ଚଳରେ ଦେଖାଯାଏ । ଏହି ସମସ୍ୟାର ସମାଧାନ ପାଇଁ ଆମ ସରକାର ପ୍ରତିବଦ୍ଧ । ଆମ ମୁଖ୍ୟମନ୍ତ୍ରୀ ଦେଇଥିବା ଆଜିର ଏହି ନିର୍ଦ୍ଦେଶକୁ ଆମେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବୁ । ଜଳ ସମସ୍ୟା ଥିବା ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଜନସାଧାରଣଙ୍କ ହିତରେ କାର୍ଯ୍ୟ କରିବ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହେପାଜତରେ ଥିବା ବେଳେ ପ୍ରଥମ ନିର୍ଦ୍ଦେଶ ଜାରି କରିଛନ୍ତି । ତାଙ୍କର ଏହି ନିର୍ଦ୍ଦେଶ ଦିଲ୍ଲୀ ସରକାରଙ୍କ ଜଳ ମନ୍ତ୍ରଣାଳୟ ସହିତ ଜଡିତ । ତାଙ୍କର ନିର୍ଦ୍ଦେଶକୁ ନେଇ ମନ୍ତ୍ରୀ ଆତୀଶ ଏକ ସାମ୍ବାଦୀକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.