Latest Odisha News

BREAKING NEWS

ଆପକୁ ହାଇକୋର୍ଟଙ୍କ ଚେତାବନୀ, କୋର୍ଟ ପରିସରରେ ପ୍ରତିବାଦ କଲେ ପରିଣାମ ଭୟଙ୍କର ହେବ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ ହେବା ପରେ ଆମ ଆଦମୀ ପାର୍ଟିର ବିରୋଧ ପ୍ରଦର୍ଶନ ଜାରି ରହିଛି। ଆମ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବା ପାଇଁ ରାସ୍ତାରେ ତୀବ୍ର ପ୍ରତିବାଦ କରିଥିଲେ। ଅନ୍ୟପକ୍ଷରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବିଜେପି କର୍ମୀମାନେ ମଧ୍ୟ ତୀବ୍ର ବିରୋଧ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଗିରଫଦାରିକୁ ବିରୋଧ କରି ଦିଲ୍ଲୀ ଜିଲ୍ଲା କୋର୍ଟରେ ଆପ୍‌ ଲିଗାଲ ସେଲ୍‌ ବିକ୍ଷୋଭ କରିଥିଲା । ଯାହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ବିସିଆଇ ଦ୍ଵାରା ଦାଖଲ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏନେଇ ହାଇକୋର୍ଟ ଆପକୁ କଡା ଚେତାବନୀ ଦେଇଛନ୍ତି ।

ବିସିଆଇ ତାର ଆବେଦନରେ କହିଥିଲା ଯେ, ଅଦାଲତ ପରିସରରେ କୌଣସି ବିଦ୍ରୋହ ହୋଇପାରିବ ନାହିଁ । ବିସିଆଇର ଏହି ଆବେଦନର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, ଗିରଫକୁ ନେଇ ଯଦି କାହାର କୌଣସି ସମସ୍ୟା ଅଛି ତେବେ ସେମାନେ ଏଠାକୁ ଆସନ୍ତୁ । କିନ୍ତୁ କୋର୍ଟ ପରିସରରେ କୌଣସି ପ୍ରତିବାଦ କଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ହାଇକୋର୍ଟ । ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ଆପର ବିଧାୟକମାନେ ଦିଲ୍ଲୀ ବିଧାନସଭା ପରିସରରେ କେଜ୍ରିୱାଲଙ୍କୁ ଶୀଘ୍ର ଛଡାଯାଉର ନାରା ଲଗାଇ ବିରୋଧ ପ୍ରଦର୍ଶନ କରିଥିଲେ । ସେହି ସମୟରେ ଆପର ସମସ୍ତ ବିଧାୟକ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିଲେ । ସେମାନେ ପିନ୍ଧିଥିବା ଟି-ସାର୍ଟରେ କେଜ୍ରିୱାଲଙ୍କ ଫଟୋ ସହ ମୋଦୀଙ୍କର ସବୁଠାରୁ ବଡ ଡର କେଜ୍ରିୱାଲ ଲେଖାଥିଲା ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ପରଦିନ ଟ୍ରାଏଲ କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ପର୍ୟ୍ୟନ୍ତ ଇଡି ହାଜତକୁ ପଠାଇଥିଲେ। ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଗିରଫ ଓ ରିମାଣ୍ଡ ବେଆଇନ । ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି କେଜ୍ରିୱାଲ ତାଙ୍କ ଆବେଦନରେ ଯୁକ୍ତି କରିଛନ୍ତି ।

 

Leave A Reply

Your email address will not be published.