Latest Odisha News

BREAKING NEWS

ଚଳିତ ବର୍ଷ ଏହି ବଲିଉଡ ଫିଲ୍ମ ଉପରେ ରହିବ ନଜର

ମୁମ୍ବାଇ: ବଲିଉଡର ଅନେକ ଫିଲ୍ମ ୨୦୨୩ରେ ଭଲ ବ୍ୟବସାୟ କରିଛି । ଏହା ମଧ୍ୟରେ ଜୱାନ, ପଠାନ, ଡଙ୍କି, ସାଲାର, ଆନିମଲ ଓ ଗଦର ୨ ଏହାର ଜ୍ୱଳନ୍ତ ଉଦାହରଣ । ସାଉଥ ଓ ନର୍ଥ କମ୍ବିନେଶନ ଯୋଗୁ ଦର୍ଶକ ଥିଏଟରକୁ ଫେରିବା ଆରମ୍ଭ କରିଛନ୍ତି । ୨୦୨୪ରେ ମଧ୍ୟ ରିଲିଜ ହେବାକୁ ଅନେକ ଫିଲ୍ମ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଳବତର ରହିଛି । ଜାନୁୟାରୀରେ କ୍ୟାଟ୍ରିନା କୈଫ ଓ ବିଜୟ ସେତୁପତି ଅଭିନୀତ ମେରୀ କ୍ରିସମାସ ଓ ଫାଇଟର ଫିଲ୍ମ ରିଲିଜ ହେବ ।

ଫାଇଟରରେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ଆକ୍ସନ ଅବତାର ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ଅନୁରାଗ ବସୁଙ୍କ ମେଟ୍ରୋ ଇନ ଲାଇଫର ସୀକ୍ୱେଲ ମେଟ୍ରୋ ଇନ ଦିନୋ ୨୦୨୪ରେ ରିଲିଜ ହେବ । ଏଥିରେ ପଙ୍କଜ ତ୍ରିପାଠୀ, କୋଙ୍କଣ ସେନ, ସାରା ଅଲୀ ଖାଁ, ଆଦିତ୍ୟ ରାୟ କାପୁର ପ୍ରମୁଖ ଅଭିନୟ କରୁଛନ୍ତି ।

ଅଲୀ ଅବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ବଡେ ମିୟାଁ ଛୋଟେ ମିୟାଁରେ ଦର୍ଶକ ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କୁ ଏକତ୍ର ଦେଖିବାକୁ ପାଇବେ । ଫିଲ୍ମରେ ଭରପୂର ଆକ୍ସନ ରହିଛି । ଜୁନ ୧୪ରେ କାର୍ତିକ ଆର୍ଯ୍ୟନଙ୍କ ଚନ୍ଦୁ ଚାମ୍ପିୟନ ଫିଲ୍ମ ରିଲିଜ ହେବ । ଏହା ବ୍ୟତୀତ ରୋହିତ ଶେଟ୍ଟୀଙ୍କ ସିଂଘମ ଏଗେନ ମଧ୍ୟ ଚଳିତ ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ । ଅଜୟ ଦେବଗାନ, କରୀନା କାପୁର, ରଣବୀର ସିଂ, ଦୀପିକା ପାଦୁକୋନ, ଅକ୍ଷୟ କୁମାର ଜ୍ୟାକି ଶ୍ରଫ ଓ ଟାଇଗର ଶ୍ରଫ ଏଥିରେ ଅଭିନୟ କରୁଛନ୍ତି ।

୬ ବର୍ଷ ତଳେ ରିଲିଜ ହୋଇଥିବା ସ୍ତ୍ରୀର ସୀକ୍ୱେଲ ମଧ୍ୟ ଏଥର ପରଦାକୁ ଆସିବ । ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ ଓ ଶ୍ରଦ୍ଧା କାପୁର ଅଭିନୀତ ଏହି ଫିଲ୍ମ ୩୦ ଅଗଷ୍ଟରେ ରିଲିଜ ହୋଇପାରେ । ଅକ୍ଷୟ କୁମାର, ନିମ୍ରନ କୌର ଓ ସାରା ଅଲୀ ଖାଁଙ୍କ ସ୍କାଇ ଫୋର୍ସ ପ୍ରତି ଦର୍ଶକ ବେଶ ଆଗ୍ରହୀ ଅଛନ୍ତି । ଏହା ଅକ୍ଟୋବର ୨ରେ ରିଲିଜ ହେବ ।

ଏହା ବ୍ୟତୀତ ବହୂ ପ୍ରତୀକ୍ଷୀତ ୱେଲକମ ଟୁ ଦି ଜଙ୍ଗଲ ଓ କଲକୀ ୨୮୯୮ ଏଡି ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଭାସ, ଦୀପିକା ଓ ଅମିତାଭଙ୍କ କଲକୀ ୨୮୯୮ର ନିର୍ଦ୍ଦେଶନା ନାଗ ଅଶ୍ୱୀନ ଦେଇଛନ୍ତି । ପୁଷ୍ପା ୨, କାନ୍ତାରର ପ୍ରୀକ୍ୱେଲ ଚଳିତ ବର୍ଷ ରିଲିଜ ହେବା ସମ୍ଭାବନା କମ ରହିଛି ।

Leave A Reply

Your email address will not be published.