Latest Odisha News

BREAKING NEWS

ଖେରୀ ହିଂସା ମାମଲା: ଆତ୍ମସମର୍ପଣ କଲେ ଆଶୀଷ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ତାଗିଦ ଯୋଗୁ ଲଖିମପୁର ଖେରୀ ହିଂସା ମାମଲାରେ ଆଜି ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଆଶୀଷ ମିଶ୍ରା । ଅପରାହ୍ନରେ ସେ ଖେରୀ କୋର୍ଟରେ ସେ ଆତ୍ମସମର୍ପଣ କରିଥିଲେ । ଏପ୍ରିଲ ୧୮ରେ ଜାମିନ ରଦ୍ଦ କରିବା ସହ ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ ପାଇଁ ସୁପ୍ରିିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗତ ବର୍ଷ ଅକ୍ଟୋବର ୩ରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ ବିକ୍ଷୋଭ କରୁଥିବା ଚାଷୀଙ୍କ ଉପରେ ଗାଡି ମଡେଇ ଦେଇଥିଲେ । ଏଥିରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା ।

ୟୁପି ଏସଆଇଟି ଏ ନେଇ ୫୦୦୦ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଥିଲେ । ଆଶୀଷଙ୍କୁ ଏଥିରେ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶା ଯାଇଥିଲା । ଏହି ଘଟଣା ପରେ ବିଜେପି ଏବଂ ଅଜୟ ମିଶ୍ରାଙ୍କୁ ବିରୋଧୀ ଦଳ ଘେରିଥିଲେ । ଗିରଫ ହେବା ପରେ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଏ ନେଇ ସୁପ୍ରିମକୋର୍ଟ ମଧ୍ୟ ବିରକ୍ତି ପ୍ରକାଶ କରିଥିଲେ ।

Leave A Reply

Your email address will not be published.