Latest Odisha News

BREAKING NEWS

କେନ୍ଦ୍ରାପଡ଼ାରେ ଡକାୟତି ଗ୍ୟାଙ୍ଗ ର ୧୬ ଗିରଫ

କେନ୍ଦ୍ରାପଡ଼ା: ତନ୍ତିଆପାଳ ସାମୁଦ୍ରିକ ଥାନା କାକଟପୁର ଗାଁର କାର୍ତ୍ତିକ ସ୍ୱାଇଁ ଘର ଡକାୟତି ଘଟଣାରେ ଶନିବାର ମୋଟ୍ ୧୬ ଜଣ ଗିରଫ ହୋଇଛନ୍ତି । ୯ଜଣ ଡକାୟତ ଓ ଚୋରି ଜିନିଷ କିଣିଥିବା ୭ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଏସପି ମଡକର ସନ୍ଦିପ ସମ୍ପଦ । ଏହି ଗ୍ୟାଙ୍ଗର ୬ ଜଣ ଗତ ୧୦ ତାରିଖରେ କାର୍ତ୍ତିକ ସ୍ୱାଇଁଙ୍କ ଘରେ ପଶି, ଭୁଜାଲିରେ କାର୍ତ୍ତିକ ସ୍ୱାଇଁ ଓ ତାଙ୍କ ଭାଇ ସୁବାଷ ସ୍ୱାଇଁଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ ।

ବନ୍ଧୁକରୁ ଗୁଳି ଚଳାଇ ଲକ୍ଷାଧିକ ଟଙ୍କାର ସୁନାରୂପା ଗହଣା ଓ ଏକ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିଲେ। ଫେରାର ହୋଇଯାଉଥିବା ସମୟରେ ସ୍ଥାନୀୟ ଲୋକ ଦୁଇଜଣ ଡକାୟତଙ୍କୁ ବନ୍ଧୁକ ସହିତ କାବୁ କରି ନେଇଥିଲେ । ଏହି ଦୁଇ ଜଣଙ୍କ ଠାରୁ ପୋଲିସ ଗ୍ୟାଙ୍ଗର ଆଉ ୭ ଜଣଙ୍କୁ ଗିରଫ କରିଛି ।

୭ ଜଣ ଲୋକ ଏମାନଙ୍କ ଠାରୁ ସୁନା ରୂପା ଅଳଙ୍କାର କିଣିଥିଲେ । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛି ତିର୍ତୋଲ ଥାନା ବାଲିପାଟଣା ଗାଁର ଲିପୁ ଓରଫ ସୁଶାନ୍ତ ସାହୁ । ଲିପୁ ନାମରେ ବିଭିନ୍ନ ଜିଲ୍ଲାରେ ୫୨ଟି ମାମଲା ରହିଛି । ଏହି ଗ୍ୟାଙ୍ଗର ଅନ୍ୟ ୮ ଜଣ ହେଲେ ମାର୍ଶାଘାଇ ଥାନା ବଡପାଳ ଗାଁର ଚିତନ ଓରଫ ଭକ୍ତିପ୍ରସାଦ ରାଉତ, ମହାକାଳପଡା ଥାନା ଜଗତି ଗାଁର ପ୍ରତାପ ମଳିକ, ଟାଉନ ଥାନା ଗୌଡଗୋପ ଗାଁର ସେକ୍ ଲତିଫ, ଲାଲବାଗ ଥାନା କାଳିଗଳିର ସେକ ଫିରୋଜ୍, ଗଞ୍ଜାମ ପାଟପୁର ଥାନା କୁଲାଡି ଗାଁର କେଦାର ଦୋରା, କେନ୍ଦ୍ରାପଡା ସଦରଥାନା ଖସାପଡିଆ ଗାଁର ପାକନ ଓରଫ ଜୟଦେବ ସାହୁ, କେନ୍ଦ୍ରାପଡା ସଦର ଥାନା ହଳଦିଆ ଗାଁର ଜାକିର୍ ଖାଁ, ପାଟକୁରା ଥାନା କଳାବୁଦା ଗାଁର ବିମଳ ପ୍ରସାଦ ଦାସ ।

ଏମାନଙ୍କ ଠାରୁ ପୋଲିସ ଦୁଇଟି ଗୁଳିଭର୍ତ୍ତି ବନ୍ଧୁକ, ଦୁଇଟି ବାଇକ୍, ଦୁଇଟି ଭୁଜାଲି, ଗୋଟିଏ ଲୁହାରଡ୍, ୧୨୦ ଗ୍ରାମ ସୁନା ଗହଣା, ୩୦୦ ଗ୍ରାମ ରୂପା ଗହଣା, ୯୧ ହଜାର ୫୦୦ ନଗଦ ଟଙ୍କା ଜବତ କରିଛି। ଏମାନେ ରାଜ୍ୟର ଏକ ବଡ ଡକାୟତ ଗ୍ୟାଙ୍ଗ ବୋଲି ଏସପି ସୂଚନା ଦେଇଛନ୍ତି ।

ଏସପିଙ୍କ ନିର୍ଦ୍ଦେଶରେ ୪ଟି ପୋଲିସ ଟିମ୍ ବିଭିନ୍ନ ଜିଲ୍ଲାରେ ରେଡ୍ କରି ୧୬ ଜଣଙ୍କୁ ଗିରଫ କରିଛି । ଡକାୟତି ଦଳର ୯ ଜଣଙ୍କ ନାମରେ ଜିଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି ।୨ଜଣ ଡକାୟତଙ୍କୁ ବନ୍ଧୁକ, ଭୁଜାଲି ଓ ବାଇକ ସହିତ କାବୁ କରିଥିବା ଗ୍ରାମବାସୀଙ୍କୁ ଏସପି ପୁରସ୍କୃତ କରିଛନ୍ତି ।

Leave A Reply

Your email address will not be published.