Latest Odisha News

ଶ୍ରୀମନ୍ଦିର ବୁଲି ମରାମତି ଯାଞ୍ଚ କଲେ ଏଏସଆଇ ବିଶେଷଜ୍ଞ ଟିମ୍ 

ପୁରୀ: ପୁରୀ ଶ୍ରୀମନ୍ଦିର ବୁଲି ମରାମତି କାର୍ଯ୍ୟ ଯାଞ୍ଚ କରିଛନ୍ତି ଏଏସଆଇର ବିଶେଷଜ୍ଞ ଟିମ୍ । ଏଏସଆଇର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଏଏସଆଇର ବରିଷ୍ଠ ଅଧିକାରୀ ଶ୍ରୀମନ୍ଦିର ପରିସର ବୁଲି ଦେଖିବା ସହ ମରାମତି କାର୍ଯ୍ୟର ତଦାରଖ କରିଛନ୍ତି । ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିରର ମରାମତି କାର୍ଯ୍ୟ ଚାଲିଛି । 

ଏନେଇ ସୂଚନା ଦେଇଛନ୍ତି ପ୍ରତ୍ନତତ୍ତ୍ୱ ବିଭାଗର ରାଜ୍ୟ ଅଧିକ୍ଷକ ଅରୁଣ ମଲ୍ଲିକ । ଗତ କିଛି ଦିନ ତଲେ ଶ୍ରୀମନ୍ଦିର ହିରଣ୍ୟ କସ୍ୟପ ମନ୍ଦିରରୁ ମୂର୍ତ୍ତି ଖସି ଜଣେ ସେବାୟତ ଆହତ ହୋଇଥିଲେ । ମୂର୍ତ୍ତି ମରାମତି ଓ ପୁନଃ ସ୍ଥାପନା କରାଯିବ ବୋଲି କହିଛନ୍ତି ଟିମର ସଦସ୍ୟ । ଏହାଛଡା ମେଘନାଦ ପାଚେରୀର ମରାମତି, ରୋଷଘର ମରାମତି କାର୍ଯ୍ୟ ମଧ୍ୟ ଆବଶ୍ୟକ ଅନୁଯାୟୀ ଜାରି ରହିଥିବା ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.