Latest Odisha News

BREAKING NEWS

ଏସିଆ କପ କ୍ରିକେଟ ଫାଇନାଲର ରେକର୍ଡ

କଲମ୍ବୋ: ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ କ୍ରିକେଟ ଟିମ ୮ମ ଥର ପାଇଁ ଚାମ୍ପିୟନ ହୋଇଛି । ଫାଇନାଲଟି ସମ୍ପୂର୍ଣ୍ଣ ଏକତରଫା ହୋଇଥିଲା ଏବଂ ଏଥିରେ ଅନେକ ରେକର୍ଡ ସୃଷ୍ଟି ହୋଇଛି ।
୧.ଏସିଆ କପରେ ମହମ୍ମଦ ସିରାଜ ୭ ଓଭରରେ ୨୧ ରନ ଦେଇ ୬ଟି ୱିକେଟ ଅକ୍ତିଆର କରି ଭାରତ ପକ୍ଷରୁ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଛନ୍ତି । ତାଙ୍କ ପୂର୍ବରୁ ୧୯୮୮ରେ ଅର୍ଶାଦ ଆୟୁବ ୨୧ ରନରେ ୫ଟି ୱିକେଟ ନେଇଥିଲେ ।
୨. ଶ୍ରୀଲଙ୍କା ବିପକ୍ଷରେ ସିରାଜ ଶ୍ରେଷ୍ଠ ବୋଲିଂ(୨୧/୬) ପ୍ରଦର୍ଶନ କରିଛନ୍ତି । ତାଙ୍କ ପୂର୍ବରୁ ୧୯୯୦ରେ ପାକିସ୍ତାନର ୱାକର ୟୁନୁସ ୨୬ ରନରେ ୬ଟି ୱିକେଟ ନେଇଥିଲେ ।
୩. ଅଜନ୍ଥା ମେଣ୍ଡିସ ଏସିଆ କପରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଛନ୍ତି । ସେ ୧୩ ରନରେ ୬ଟି ୱିକେଟ ନେଇଥିବା ବେଳେ ସିରାଜ ଏଥିପାଇଁ ୨୧ ରନ ବ୍ୟୟ କରିଛନ୍ତି ।
୪. ସିରାଜ ସବୁଠାରୁ କମ ୧୬ ବଲରେ ୫ଟି ୱିକେଟ ନେଇ ଦିନିକିଆ କ୍ରିକେଟରେ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି । ଶ୍ରୀଲଙ୍କାର ଚାମିଣ୍ଡା ଭାସ ବାଂଲାଦେଶ ବିପକ୍ଷରେ ସମାନ ବଲରେ ୫ଟି ୱିକେଟ ନେଇଥିଲେ ।

୫.ଗୋଟିଏ ଓଭରରେ ୪ଟି ୱିକେଟ ନେବାରେ ସିରାଜ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି ।
୬. ଦିନିକିଆ ଟୁର୍ଣ୍ଣାମେଂଟର ଫାଇନାଲରେ ଶ୍ରୀଲଙ୍କା ସବୁଠାରୁ ସର୍ବନିମ୍ନ ସ୍କୋର ୫୦ କରିଛି । ଏହା ପୂର୍ବରୁ ଶ୍ରୀଲଙ୍କା ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତକୁ ୫୪ ରନରେ ଅଲଆଉଟ କରିଥିଲା ।
୭. ଏସିଆ କପ ଫାଇନାଲରେ ମଧ୍ୟ ଏହା ସର୍ବ ନିମ୍ନ ସ୍କୋର । ଏହା ପୂର୍ବରୁ ୨୦୦୮ରେ ଭାରତ ୧୭୩ ରନ କରିଥିଲା ।
୮. ଭାରତ ବିପକ୍ଷରେ ଶ୍ରୀଲଙ୍କାର ଏହା ସର୍ବନିମ୍ନ ସ୍କୋର । ୧୯୮୬ରେ ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କା ୯୪ ରନରେ ଅଲଆଉଟ ହୋଇଥିଲା ।

୯. ଭାରତ ବିପକ୍ଷରେ ଓଭରାଲ କୌଣସି ଟିମର ଏହା ସର୍ବନିମ୍ନ ସ୍କୋର ।
୧୦. ୨୬୩ ବୃହତ ବଲ ବ୍ୟବଧାନରେ ଭାରତର ଏହା ସବୁଠାରୁ ବଡ ବିଜୟ ।
୧୧. ଦ୍ୱିତୀୟ ଥର ପାଇଁ କୌଣସି ଟୁର୍ଣ୍ଣାମେଂଟରେ ଭାରତ ୧୦ ୱିକେଟରେ ବିଜୟ ହାସଲ କରିଛି ।
୧୨. ୧୦ ଥର ୧୦ ୱିକେଟରେ ବିଜୟ ହାସଲ କରି ୱେଷ୍ଟଇଣ୍ଡିଜ ସହ ଭାରତ ବିଶ୍ୱରେକର୍ଡର ସମକକ୍ଷ ହୋଇଛି ।
୧୩. ବଲ ହିସାବରେ ଏହା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ସବୁଠାରୁ ଛୋଟ ଫାଇନାଲ ।

Leave A Reply

Your email address will not be published.