Latest Odisha News

କିଟ୍ ଓ କିସ୍ ପରିଦର୍ଶନ କଲେ ଏସିଆ ବିଶ୍ୱବିଦ୍ୟାଳୟର ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର: ଏସିଆ ବିଶ୍ୱବିଦ୍ୟାଳୟର ୫ ଜଣିଆ ପ୍ରତିନିଧି ମଣ୍ଡଳୀ ପ୍ରଫେସର ଡକ୍ଟର ୟିଙ୍ଗୁଇ ଚେନଙ୍କ ନେତୃତ୍ୱରେ କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି । ଦୁଇ ଦିନିଆ ଗସ୍ତ ସମୟରେ ପ୍ରତିନିଧି ମଣ୍ଡଳୀ କିଟରେ ରହିଥିଲେ ।

ଏହି ପ୍ରତିନିଧି ମଣ୍ଡଳୀରେ ଡକ୍ଟର ଚୁନ୍-ୱେଇ ରେମଲିନ୍, ଡକ୍ଟର ଜୁନ୍ନ ଜଙ୍ଗ ୱୁ, ଡକ୍ଟର ଚିଙ୍ଗ ଜେସିନ୍ ହୁ ଓ ଡକ୍ଟର ଚାର୍ଲେସ ସି ଏନ୍ ୱାଙ୍ଗ ଥିଲେ । ପ୍ରତିନିଧି ମଣ୍ଡଳୀ ସହ କିଟର ଭାଇସ ଚ୍ୟାନ୍ସଲର, ରେଜିଷ୍ଟାର ଓ ବିଭିନ୍ନ ବିଭାଗର ମୁଖ୍ୟ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ।

କିଟ୍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ୍ ସାମନ୍ତ ଏସିଆ ବିଶ୍ୱବିଦ୍ୟାଳୟର ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ କରିଥିଲେ । ପ୍ରତିନିଧି ମଣ୍ଡଳ ଶ୍ରୀ ସାମନ୍ତଙ୍କୁ ପ୍ରଶଂସା କରି ତାଙ୍କ କିଟ୍ ଓ କିସ୍ ଭଳି ଅନୁଷ୍ଠା ସ୍ୱର୍ଗ ଠାରୁ କମ୍ ନୁହେଁ ବୋଲି କହିଥିଲେ ।

Leave A Reply

Your email address will not be published.