Latest Odisha News

ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: ତିଳକ, ଯଶସ୍ୱୀଙ୍କ ସୁଯୋଗ

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ କ୍ରିକେଟ ପାଇଁ ବୁଧବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ତିଳକ ବର୍ମା ଓ ଯଶସ୍ୱୀ ଜୈସୱାଲଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ରିଙ୍କୁ ସିଂଙ୍କୁ ସୁଯୋଗ ନ ମିଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨ ୱିକେଟ କିପର ଈଶାନ କିଶାନ ଓ ସଞ୍ଜୁୂ ସାମସନଙ୍କୁ ଦଳରେ ସ୍ଥାନ ମିଳିଛି । ହାର୍ଦ୍ଦିକଙ୍କୁ ଅଧିନାୟକ ପଦ ପ୍ରଦାନ କରି ବିସିସିଆଇ ପରୋକ୍ଷରେ ୨୦୨୪ ଟି୨୦ ବିଶ୍ୱକପ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି ।

ଅକ୍ଷର ପଟେଲ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ ଓ ରବି ବିଶ୍ନୋଇଙ୍କ ପରି ୪ ସ୍ପେଶାଲିଷ୍ଟ ସ୍ପିନରଙ୍କ ଉପରେ ବିଶ୍ୱାସ ପ୍ରକଟ କରାଯାଇଛି ।
ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟ କୁମାର ଯାଦବ (ଉପ ଅଧିନାୟକ), ଈଶାନ କିଶାନ, ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ, ତିଳକ ବର୍ମା, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଶ୍ନୋଇ, ଅର୍ଶଦୀପ ସିଂ, ଉମରାନ ମଲିକ, ଆଭେଶ ଖାଁ, ମୁକେଶ କୁମାର ।

Leave A Reply

Your email address will not be published.