Latest Odisha News

BREAKING NEWS

ଏସୀୟ କ୍ରୀଡାରେ ଭାରତକୁ ମିଳିଲା ନବମ ସ୍ଵର୍ଣ୍ଣ, ୩୫ରେ ପହଞ୍ଚିଲା ପଦକ ସଂଖ୍ୟା

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ଏସିଆନ ଗେମ୍ସର ଟେନିସ ମିକ୍ସଡ ଡବଲ୍ସରେ ଭାରତ ହାତେଇଛି ନବମ ସ୍ୱର୍ଣ୍ଣ ପଦକ । ରୋହନ ବୋପନ୍ନା ଓ ଋତୁଜା ଭୋସାବେଗ୍ଦଲଙ୍କୁ ସ୍ୱର୍ଣ୍ଣ । ଭାରତର ପଦକ ସଂଖ୍ୟା ୩୫କୁ ବୃଦ୍ଧି ହୋଇଛି। ୯ଟି ସ୍ୱର୍ଣ୍ଣ ସହ ୧୩ଟି ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ ଭାରତ ହାସଲ କରିଛି ।

ସେହିପରି ଆଜି ୧୦ ମିଟର ଏୟାର ରାଇଫଲ ମିକ୍ସ ଟିମ୍‌ ଇଭେଣ୍ଟ୍‌ରେ ରୌପ୍ୟ ପଦକ ହାସଲ କରିଛି ଭାରତ । ଭାରତୀୟ ସୁଟର ସରବଜୋତ ସିଂହ ଓ ଦିବ୍ୟା ଟିଏସ ରୌପ୍ୟ ପଦକ ହାସଲ କରିଛନ୍ତି । ଚୀନରେ ଚାଲିଥିବା ଏସୀୟ କ୍ରୀଡାରେ ଭାରତୀୟ ସୁଟର ଦମଦାର ପ୍ରଦର୍ଶନ ଜାରି ରଖିନ୍ତି । ଗୋଟିଏ ପରେ ଗୋଟିଏ ପଦକ ହାସଲ କରି ଚାଲିଛି ଭାରତ । ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ପଦକ ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ରହିଛି । ଚୀନ ୨୦୫ ପଦକ ସହ ପ୍ରଥମ, ଜାପାନ ୧୦୨ ପଦକ ସହ ଦ୍ବିତୀୟ, ଦକ୍ଷିଣ କୋରିଆ ୧୦୮ପଦକ ସହ ତୃତୀୟ ଓ ଉଜବେକିସ୍ତାନ ୩୬ ପଦକ ସହ ଚତୁର୍ଥ ସ୍ଥାନରେ ରହିଛି ।

 

 

Leave A Reply

Your email address will not be published.