Latest Odisha News

BREAKING NEWS

ବିମାନବନ୍ଦରରୁ ୧୨୧ କୋଟିର ସୁନା ଚୋରି, ପୂରା କଣ୍ଟେନର ଟେକି ନେଲେ ଚୋର

ଓଟ୍ଟାୱା: ସୁନା ଭର୍ତ୍ତି କଣ୍ଟେନରକୁ ଚୋର ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଚୋରି କରି ନେଇଛନ୍ତି । ଏ ଘଟଣା ଘଟିଛି ଏପ୍ରିଲ୍ ୧୭ ତାରିଖ ସନ୍ଧ୍ୟାରେ । କାନାଡ଼ାର ଟୋରାଣ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର କଣ୍ଟେନର ପହଞ୍ଚିଥିଲେ । ଯେଉଁ କଣ୍ଟେନରରେ ଥିଲା ୧୪.୮ ମିଲିୟନ୍ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୨୧ କୋଟିର ସୁନା ସହ ଅନ୍ୟ ସାମଗ୍ରୀ ।

ସେ ଦିନ କଣ୍ଟେନରକୁ ସୁରକ୍ଷିତ ଭାବେ କଣ୍ଟେନର ଫ୍ୟାସିଲିଟିକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଠିକ୍ ୩ ଦିନ ପରେ ଜଣାପଡ଼ିଥିଲା କି ପୂରା କଣ୍ଟେନରଟି ଚୋରି ହୋଇ ଯାଇଛି । ସୁନା ଭର୍ତ୍ତି କଣ୍ଟେନର ଚୋରି ପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

ତେବେ ଏଯାଏ କଣ୍ଟେନରର ପତ୍ତା ମିଳିନି । ଏତେ ବଡ଼ ଚୋରି ପଛରେ ବଡ଼ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ କରୁଛି କାନାଡ଼ା ପୋଲିସ । ତେବେ କଣ୍ଟେନର ଏବେ କାନାଡ଼ାରେ ଅଛି ନା ନାହିଁ ତାହା ବି ଜଣାପଡ଼ିନି ।

ଏହା ପୂର୍ବରୁ ୧୯୫୨ରେ କାନାଡ଼ାର ବିମାନରୁ ଚୋରି ହୋଇଥିଲା ୧୪ କୋଟିର ସୁନା । ଟୋରାଣ୍ଟୋରୁ ମାଣ୍ଟ୍ରିୟଲ୍ ଯାଉଥିବା ବିମାନ ଅବତରଣ ପରେ ବିମାନରେ ଆସିଥିବା ୧୦ଟି ପେଟିରୁ ୪ଟି ଚୋରି ହୋଇ ଯାଇଥିଲା ।

Leave A Reply

Your email address will not be published.