Latest Odisha News

BREAKING NEWS

ସଂକ୍ରମଣ ଭୟ: ଗଛ ତଳେ ଚାଲିଛି କ୍ୟାନ୍ସର ଚିକିତ୍ସା !

କଟକ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଅଫ୍ କ୍ୟାନସର ହସ୍ପିଟାଲରେ ପଜିଟିଭ ଚିହ୍ନଟ କର୍କଟ ରୋଗୀଙ୍କୁ ଡାକ୍ତରଖାନା ପରିସରରେ ଥିବା ଏକ ଗଛ ମୂଳରେ ଚିକିତ୍ସା କରାଯାଉଛି ।

ପୂର୍ବରୁ କରୋନା ରୋଗୀଙ୍କ ଠାରୁ ସଂକ୍ରମିତ ହୋଇ ଏଠାରେ ଅନେକ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିପାଇଁ ଡାକ୍ତରଖାନାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା, ଅସ୍ତ୍ରୋପଚାର, କେମୋଥେରାପି,ଏମରଜନ୍ସି ୱାର୍ଡ, ଆଇସିୟୁ , ପେନ ଏବଂ ପଲ୍ଲିଏଟିଭ୍ କେୟାର ଆଦିକୁ ବନ୍ଦ କରାଯାଇଛି।

କ୍ୟାନସର ରୋଗୀମାନେ ଗଛ ମୂଳରେ ବସିଥିବାର ଦେଖିବାକୁ ମିଳିଥିବା ବେଳେ ଡାକ୍ତରମାନେ ସାମାଜିକ ଦୂରତା ବଜାୟ ରଖି ଚିକିତ୍ସା କରୁଥିଲେ। ଏପରିକି ଡାକ୍ତରମାନେ ଗାଡି ପାର୍କିଂ ସ୍ଥାନରେ ପ୍ରେସକ୍ରିପସନ୍ ଲେଖୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ, ରୋଗୀ, କର୍ମଚାରୀଙ୍କ ସମେତ ପାଖାପାଖି ୧୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.