Latest Odisha News

BREAKING NEWS

ମଙ୍କିପକ୍ସ ନେଇ ୟୁପିରେ ଆଲର୍ଟ ଜାରି: ରୋଗୀ ଚିହ୍ନଟ ଦେଶ ଫେରନ୍ତା ଆଇସୋଲେସନ୍‌ରେ ରହିବେ

ଉତ୍ତରପ୍ରଦେଶ : ସାରା ବିଶ୍ବରୁ କରୋନା ଭାଇରସ୍ ଶେଷ ହୋଇନଥିବା ବେଳେ ମଙ୍କିପକ୍ସ ଏବେ ଚିନ୍ତା ବଢାଇଛି । ସାରା ବିଶ୍ବରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି । ଏହାର ବିପଦକୁ ଦେଖି ୟୁପି ସରକାର ଆଲର୍ଟ ଜାରି କରିଛନ୍ତି । ଫଳରେ ବିଦେଶକୁ ଫେରିଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ୟୁପି ସରକାର ସଂପୃକ୍ତ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇସାରିଛନ୍ତି ।

ସଂକ୍ରାମକ ରୋଗ ନିର୍ଦ୍ଦେଶକ କହିଛନ୍ତି ଯେ, ଯେଉଁମାନଙ୍କଠାରେ ଦାଗ ଦେଖାଦେଉଛି ସେମାନଙ୍କ ଉପରେ କଡା ନଜର ରଖିବାକୁ ପଡିବ । ବିଶେଷକରି ସେହି ଲୋକମାନଙ୍କୁ ଉପରେ ଦୃଷ୍ଟି ଦେବାକୁ ପଡିବ ଯେଉଁମାନେ ନିକଟରେ ଏମିତି ବିଦେଶରୁ ଫେରିଛନ୍ତି ଯେଉଁଠି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି କିମ୍ବା ସେମାନେ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ଏକ ଆଡଭାଇଜରୀ ଜାରି ହୋଇଛି । ଅନ୍ତର୍ଜାତୀୟ ଯାତ୍ରାର ହିଷ୍ଟ୍ରି ଥିବା ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ଧ୍ୟାନ ଦିଆଯିବ ।ସରକାର ସ୍ବାସ୍ଥ୍ୟା ଅଧିକାରୀମାନଙ୍କୁ ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ମଙ୍କିପକ୍ସ ସନ୍ଦିଗ୍ଧ ରୋଗୀଙ୍କୁ ସେପର୍ଯ୍ୟନ୍ତ ଆଇସୋଲେସନରେ ରହିବା ଜରୁରୀ ଯେପର୍ଯ୍ୟନ୍ତ ଦାଗ ଥିବା ସ୍ଥାନରେ ନୂଆ ଚର୍ମ ଆସିନାହିଁ କିମ୍ବା ଡାକ୍ତର ଆଇସୋଲେସନ ଶେଷ କରିବାକୁ ପରାମର୍ଶ ଦେଇନାହାନ୍ତି ।

ରାଜ୍ୟର ସମସ୍ତ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେଥିରେ କୁହାଯାଇଛି ଯେ, ଯେଉଁ ଲୋକ କୌଣସି ରୋଗୀଙ୍କ ସଂସ୍ପର୍ଶରେ ଆସିଥାନ୍ତି ତାଙ୍କୁ ୨୧ ଦିନ ପର୍ଯ୍ୟନ୍ତ ଯାଞ୍ଚ କରାଯିବ । ମଙ୍କିପକ୍ସ ଏକ ସ୍ବୟଂ-ସୀମିତ ରୋଗ । ଏହାର ଲକ୍ଷଣ ୪ ସପ୍ତାହ ପର୍ଯ୍ୟନ୍ତ ରହିପାରେ । ଏପର୍ଯ୍ୟନ୍ତ ୟୁକେ, ୟୁଏସ୍, ୟୁରୋପ, କାନାଡା ଏବଂ ଅଷ୍ଟ୍ରେଲିଆରେ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମଣ ୭ରୁ ୧୪ ଦିନ ପର୍ଯ୍ୟନ୍ତ ରହିଥାଏ । ମାତ୍ର କିଛି ମାମଲାରେ ୨୧ ଦିନ ଯାଏଁ ମଧ୍ୟ ରହିପାରେ ।

Leave A Reply

Your email address will not be published.