Latest Odisha News

BREAKING NEWS

ଆସାମ ପୋଲିସର ଫିଲ୍ମି ଅନ୍ଦାଜ; ଶାହରୁଖଙ୍କ ଆଇକନିକ ପୋଜକୁ ଏମିତି ଦେଲେ ଟ୍ୱିଷ୍ଟ

ନୂଆଦିଲ୍ଲୀ: ବଲିଉଡର ବାଦଶାହ ଶାହରୁଖ ଖାନ ବଲିଉଡର ରୋମାଣ୍ଟିକ ଅଭିନେତା ଭାବେ ଖୁବ୍ ପରିଚିତ । ତାଙ୍କର ଡାଇଲଗ ଓ ଆକ୍ସନ ଫିଲ୍ମକୁ ଦର୍ଶକେ ଆଜିବି ଭୁଲି ନାହାଁନ୍ତି ।

ବର୍ତ୍ତମାନ ସମୟରେ ଦେଶବ୍ୟାପୀ କରୋନା ଭାଇରସ ଜାରି ରହିଥିବା ବେଳେ ସରକାର ଅନେକ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରି ସମୟରେ ଆସାମ ପୋଲିସ ମଧ୍ୟ ଲୋକଙ୍କୁ ଜାଗ୍ରତ କରାଇବାକୁ ଯାଇ ଟିକେ ଫିଲ୍ମି ଷ୍ଟାଇଲ୍ ଆପଣେଇଛି ।

 

ଆସାମ ପୋଲିସ ଟ୍ୱିଟରରେ ଶାହରୁଖଙ୍କ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଶାହରୁଖ ଗ୍ରେ ଟି ସାର୍ଟ, ଜିନ୍ସ ଓ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ନିଜର ଫେମସ୍ ଆଇକନିକ ପୋଜରେ ନଜର ଆସୁଛନ୍ତି ।

ପୋଷ୍ଟରେ ଉଲ୍ଲେଖ ରହିଛି “କଭି କଭି ପାସ୍ ଆନେ କେ ଲିୟେ କୁଛ ଦୂର ଜାନା ପଡତା ହେ, ଅର ଦୂର ଯାକର ପାସ ଆନେ ଓ୍ବାଲେ କୋ ବାଜିଗର କେହେତ ହେ” । ଖାଲି ପରସ୍ପର ଠାରୁ ୬ ଫଇଟ୍ ଦୂରେଇ ରୁହନ୍ତୁ ।

Leave A Reply

Your email address will not be published.