Latest Odisha News

BREAKING NEWS

ସୁସ୍ଥ ହାର୍ଟ ପାଇଁ କରନ୍ତୁ ଏହି ଯୋଗାସାନ…

ଭୁବନେଶ୍ବର:ଯୋଗ ଦ୍ବାରା ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ତେବେ ସୁସ୍ଥ ହାର୍ଟ ପାଇଁ ପୃଷ୍ଟିକର ଖାଦ୍ୟ ଖାଇବା ସହ ନିୟମିତ ଯୋଗ ଅଭ୍ୟାସ କରିବା ଜରୁରୀ । ତେବେ ଆସନ୍ତୁ ଜାଣିବା ଯୋଗାସନ ବିଷୟରେ ଯାହା ହାର୍ଟ ସ୍ବାସ୍ଥ୍ୟରେ ଉନ୍ନତି ଆଣିଥାଏ ।

– ତାଡାସନ କଲେ ଶରୀରରେ ରକ୍ତ ସଞ୍ଚାଳନ ବଢେ ଏବଂ ପିଠି, ଗୋଡକୁ ମଜବୁତ କରିଥାଏ । ଚାପ ମୁକ୍ତ ହୋଇଥାଏ ବ୍ୟକ୍ତି । ଫଳରେ ହାର୍ଟ ସୁସ୍ଥ ରହେ ।

-ଭୁଜଙ୍ଗାସନ କଲେ ରକ୍ତ ସଞ୍ଚାଳନରେ ଉନ୍ନତି ଆସେ । ଥକ୍କାପଣ ଦୂର ହୁଏ । ପିଠିକୁ ମଜବୁତ ରଖେ ଏବଂ ପେଟର ଚର୍ବି ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ।

-ମାଲାସନ କଲେ ମନ ସ୍ଥିର, ଶାନ୍ତ ରହିଥାଏ । ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

-ମାକାରାସନ କଲେ ଉଚ୍ଚ ରକ୍ତଚାପ, ହୃଦରୋଗ ଏବଂ ମାନସିକ ରୋଗ ଦୂରେଇ ରୁହେ।

– ଗୋମୁଖାସନ କଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହେ । ମେରୁଦଣ୍ଡକୁ ମଜବୁତ୍‌ ହୁଏ ।

 

Comments are closed.