Latest Odisha News

BREAKING NEWS

ୱାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ, ୧୦ ମୃତ

ନ୍ୟୁୟର୍କ: ଆମେରିକା ଭର୍ଜିନିଆର ଚେସାପିକ୍ ସ୍ଥିତ ଓ୍ୱାଲମାର୍ଟ ଷ୍ଟୋରରେ ଜଣେ ଅଜ୍ଞାତ ବ୍ୟକ୍ତି ଅତର୍କିତ ଗୁଳିମାଡ କରିଛନ୍ତି । ଏହି ଗୁଳିକାଣ୍ଡରେ  ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଗୁରୁତର ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଘଟଣାଟି ମଙ୍ଗଳବାର ଦିନ ସଂଧ୍ୟା ସମୟରେ ଘଟିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସର ପ୍ରତି ଆକ୍ରମଣରେ ଆତତାୟୀର ମୃତ୍ୟୁ ଘଟିଛି । ପରେ ପୋଲିସ ଓ୍ୱାଲମାର୍ଟ ଓ ଆଖପାଖ ଅଞ୍ଚଳକୁ ସିଲ କରିଛି ।

ଏହି ଘଟଣାର ୩ ଦିନ ପର୍ବରୁ ଅର୍ଥାତ ୨୦ ନଭେମ୍ୱରରେ କୋଲୋରାଡୋ ସ୍ପ୍ରିଙ୍ଗ୍ସ ଅଞ୍ଚଳର ଏକ ନାଇଟ କ୍ଲବରେ ରାତିରେ ଗୁଳିମାଡ ହୋଇଥିଲା । ଏହି ଗୁଳିମାଡରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.