Latest Odisha News

ରାଗିଗଲେ ବିଧାୟକ, ସରକାରୀ କର୍ମଚାରୀଙ୍କ କଲର ଧରି ଟାଣିଲେ

ହାଇଦ୍ରାବାଦ:  ବିଧାୟକଙ୍କ ଆସିବାର ଥିଲା । କିନ୍ତୁ ଆସିବା ପୂର୍ବରୁ ସ୍କୁଲ ଉଦଘାଟନ କରିଦେଲେ ଅଧିକାରୀ । ବାସ୍, ରାଗିଗଲେ ବିଧାୟକ । ଆଉ ତା’ ପରେ ଯାହା ହେଲା… । ସିଧା ସରକାରୀ କର୍ମଚାରୀଙ୍କ କଲର ଧରି ଟାଣି ଆଣିଲେ ବିଧାୟକ ।   ସେତିକି ନୁହେଁ, ମୁହଁକୁ ଯାହା ଆସିଲା  ତା ଗାଳି  ଦେଇ ଚାଲିଲେ । ବିଧାୟକଙ୍କ ଏପରି ଗରମ ମିଜାଜର  ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଘଟଣା ଘଟିଛି ତେଲେଙ୍ଗାନା ଗଡଓ୍ୱାଲ ସହର ଜୋଗୁଲାମ୍ୱା ଅଞ୍ଚଳରେ । ସେଠାକାର ଏକ ଗୁରୁକୁଳ ସ୍କୁଲର ଉଦଘାଟନ ସେଠାକାର ଭାରତ ରାଷ୍ଟ୍ର ସମୀତି ଦଳର ବିଧାୟକ କୃଷ୍ଣ ମୋହନ ରେଡ୍ଡୀଙ୍କ ଅନୁପସ୍ଥିତିରେ ହୋଇଥିଲା।  ବିଧାୟକ ରାଗି ଯାଇ ଏକ ସରକାରୀ କର୍ମଚାରୀ ଏବଂ ସ୍କୁଲର ପ୍ରଧାନଶିକ୍ଷକ ବେଙ୍ଗଲ ରେଡ୍ଡୀଙ୍କର କଲର ଧରିଛନ୍ତି ଓ ଖରାପ ଭାଷାରେ ଗାଳି କରିଛନ୍ତି ।

ବିଜେପି ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ କ୍ଷମା ମାଗିବାକୁ ଦାବି କରିଛି ।

Leave A Reply

Your email address will not be published.