ଭୁବେନେଶ୍ବର: କଦଳୀ ଏମିତି ଏକ ଫଳ ଯାହା ସବୁ ଋତୁରେ ବଜାରରେ ମିଳିଥାଏ । ପ୍ରାୟ ସମସ୍ତଙ୍କୁ କଦଳୀ ଖାଇବାକୁ ପସନ୍ଦ । ଏହି ଫଳରେ ଫାଇବର, ଭିଟାମିନ ସି, ଭିଟାମିନ B6, ପ୍ରୋଟିନ, ପୋଟାସିୟମ, ମ୍ୟାଗ୍ନେସିମୟ, ମାଙ୍ଗାନିଜ ଓ ମିନେରାଲ ରହିଛି ।
ଏହା ପ୍ରାକୃତିକ ଭାବେ ଶରୀରକୁ ଶକ୍ତି ଯୋଗାଏ । ତେଣୁ ଏକ୍ସରସାଇଜ ଅବା ୱାର୍କଆଉଟ୍ କରିବା ପୂର୍ବରୁ କଦଳୀ ଖାଇବା ଶରୀର ପାଇଁ ଭଲ ।
ପାଚିଲା କଦଳୀରେ କାର୍ବୋହାଇଡ୍ରେଟ ପ୍ରଚୁର ପରିମାଣରେ ଥାଏ । ଫଳରେ ବ୍ୟାୟାମ ସମୟରେ ଆମକୁ ଶକ୍ତି ଯୋଗାଏ । ମାଂସପେଶୀକୁ ମଜବୁତ ରଖିବାରେ ସାହାଯ୍ୟ କରେ । ଏହା ଶରୀରକୁ ଗ୍ଲୁକୋଜ ପ୍ରଦାନ କରେ ।
କଦଳୀରେ ଅଧିକ ପରିମାଣରେ ଫାଇବର ଥାଏ । ଏଥିରେ ଥିବା ଇଲେକ୍ଟ୍ରୋଲାଇଟସ୍ ଶରୀରରେ ତରଳ ପଦାର୍ଥ ସନ୍ତୁଳନ ନିୟନ୍ତ୍ରିତ କରେ । ଏହାଦ୍ବାରା ଶରୀରକୁ ଡିହାଇଡ୍ରେସନରୁ ରୋକାଯାଇପାରେ ।
କଦଳୀରେ ପୋଟାସିୟମ ଭରପୂର ମାତ୍ରାରେ ଥାଏ । ୱାର୍କଆଉଟ ପରେ କଦଳୀ ଖାଇଲେ ବି ଲାଭ ମିଳେ । କୋଷ୍ଠକାଠିନ୍ୟ ଓ ପେଟ ସମସ୍ୟାରୁ ଆରାମ ଦିଏ କଦଳୀ । କଦଳୀରେ ଏମିନୋ ଏଡିସ ମାତ୍ରା ଅଧିକ ଥିବାରୁ ହରମୋନ ସ୍ତର ଠିକ୍ ରହେ । କଦଳୀରେ ଭିଟାମିନ B6 ଭରପୂର ଥାଏ ଯାହାକି ୱାର୍କଆଉଟ ପରେ ମାଂସପେଶୀ ପୁନଃନିର୍ମାଣରେ ସହାୟକ ।
Comments are closed.