ଭୁବନେଶ୍ବର: ୨୯ ଜାନୁଆରୀ ବୁଧବାର ଦିନ ପଡୁଛି ମୌନୀ ଅମାବାସ୍ୟା । ଦୀର୍ଘ ୫୦ ବର୍ଷ ପରେ ମୌନୀ ଅମାବାସ୍ୟା ଦିନ ମକର ରାଶିରେ ସୂର୍ଯ୍ୟ, ଚନ୍ଦ୍ରମା ଓ ବୁଧ ଗ୍ରହ ଏକାଠି ହୋଇ ତ୍ରିଗ୍ରହୀ ଯୋଗ ସୃଷ୍ଟି କରିବେ । ଗୁରୁ ଗ୍ରହ ମଧ୍ୟ ବୃଷ ରାଶିରେ ବିରାଜମାନ ହେବେ । ଏହି ମୌନୀ ଅମାବାସ୍ୟା ଦିନ ମହାକୁମ୍ଭରେ ଅମୃତ ସ୍ନାନ କଲେ ମିଳେ ଅମାପ ଆଧ୍ୟାତ୍ମିକ ଶକ୍ତି ।
ମୌନୀ ଅମାବାସ୍ୟାର ଏହି ଦୁର୍ଲ୍ଲଭ ସଂଯୋଗ ଯୋଗୁଁ କିଛି ରାଶିର ବ୍ୟକ୍ତିମାନେ ବେଶ୍ ଭାଗ୍ୟଶାଳୀ ହେବେ । ସେହି ରାଶି ଗୁଡିକ ହେଲା ବୃଷ, କର୍କଟ, କନ୍ୟା, ତୁଳା, ମକର ।
-ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହୋଇ ଧନ ପ୍ରାପ୍ତର ସଂଯୋଗ ରହିଛି । ମାନସିକ ଅଶାନ୍ତି ଦୂର ହେବ ।
-କର୍କଟ ରାଶି ବ୍ୟକ୍ତି ବିଶେଷ ନୂଆ କାମ ଆରମ୍ଭ କରିବେ । ଧାର୍ମିକ କାର୍ଯ୍ୟରେ ମନ ଦେବେ ଓ ଆୟରେ ବୃଦ୍ଧି ହୋଇପାରେ ।
-କନ୍ୟା ରାଶି ବ୍ୟକ୍ତିମାନଙ୍କ ଅଟକି ଥିବା ସମସ୍ତ କାମ ପୂରଣ ହେବ । ଧନ ଲାଭ ହୋଇପାରେ ।
-ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ହେବାସହ ସହକର୍ମୀ ସାହାଯ୍ୟ କରିବେ । ଆର୍ଥିକ ସ୍ଥିତି ସୁଦୃଢ ହେବ ।
-ମକର ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସାଥ୍ ଦେବ । ଆର୍ଥିକ ସ୍ଥିତି ମଜବୁତ୍ ହେବ ଓ ଆତ୍ମବିଶ୍ୱାସ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ ।
Comments are closed.