Latest Odisha News

BREAKING NEWS

ଅଟଳଜୀଙ୍କର ଓଡିଶା ପ୍ରତି ସ୍ନେହ ଓ ମୋହ ଥିଲା ଅତୁଟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅଟଳଜୀଙ୍କର ଓଡିଶା ପ୍ରତି ପ୍ରେମ ଓ ସ୍ନେହ ଅତୁଟ ଥିଲା । ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ୧୯୯୧-୯୨ ମସିହାର ଓଡଶା ଗସ୍ତର ପୁରୁଣା ଫଟୋ ଟ୍ୱିଟ କରି ଇତିହାସର ସ୍ମୃତକୁ ଉଜ୍ଜିବୀତ କରିବା ସହ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜନ୍ମ ଦିବସରେ ଏହି ଫଟୋଟି ଅନେକ ସ୍ମୃତକୁ ଉଜ୍ଜବିୀତ କରୁଛି।

ଫଟୋଟି ୧୯୯୧-୯୨ ମସିହାର । ଅଟଳଜୀ ଓଡିଶା ଆସିଥିଲେ । ପାର୍ଟି ଅଫିସରୁ ଓଡିଶା ବିଧାନସଭା ବୁଲି ଦେଖିବା ପାଇଁ ଇଚ୍ଛା କଲେ । ବିଧାନସଭାର ବାଚସ୍ପତିଙ୍କ ଗ୍ୟାଲେରିରେ କିଛି ସମୟ ବସିବା ପରେ ସେ ସମୟର ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁବାବୁ ଅଟଳଜୀଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ପ୍ୟାରୀମୋହନ ମହାପାତ୍ରଙ୍କୁ ପଠାଇ ତାଙ୍କ ପାଖକୁ ଆସିବାକୁ ଆମନ୍ତ୍ରଣ କଲେ । ବିଜୁ ବାବୁ ଅଟଳଜୀଙ୍କୁ ପାଛୋଟି ନେଲେ । ଅନ୍ତରଙ୍ଗ ଆଳାପ କଲେ । ଏହି ଫଟୋରେ ଅଟଳଜୀ ଓ ବିଜୁ ବାବୁଙ୍କ ସହ ସେ ସମୟର ବିଧାୟକ ବିକ୍ରମ କେଶରୀ ଦେଓ, ଅରବିନ୍ଦ ଢ଼ାଲି ଓ ସେ ସମୟର ବିଜେପିର ରାଜ୍ୟ ସଭାପତି ଡା. ଦେବେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି ।

ବାଜପେୟୀ ବିରୋଧୀ ଦଳ ଦଳର ନେତା ଭାବେ ଓଡ଼ିଶାର କେବିକେ ଅଞ୍ଚଳର ଗରିବୀ ସହ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବୁଲିବା ସହ ଲୋକ ମାନଙ୍କ ସହ ମିଶୁଥିଲେ। ୧୯୯୯ ମସିହାର ମହାବାତ୍ୟା ପରେ ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାର ପୁନଃନିର୍ମାଣ ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ । ଦେହାବସାନ ପରେ ସେ ଆଜି ଅମର । ତାଙ୍କର ଆଜିର ପବିତ୍ର ଜନ୍ମଦିନରେ କୋଟିକୋଟି ପ୍ରଣାମ ବୋଲି ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.