Latest Odisha News

ଆଜି ୧୨ ଘଣ୍ଟିଆ ଆଠଗଡ଼ ବନ୍ଦ : ଗାଡି ଚଳାଚଳ ସହ ଦୋକାନ ବଜାର ବନ୍ଦ

କଟକ: ଆଜି ଆଠଗଡ଼ରେ ବନ୍ଦ ଡାକରା ଦିଆଯାଇଛି। ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।  ଆଠଗଡ଼ ସୁରକ୍ଷା ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଆଠଗଡ଼ ବ୍ଲକର ୭୧ଟି ପଞ୍ଚାୟତ କଟକ ଉନ୍ନୟନ ସଂସ୍ଥା ଅଧିନକୁ ଯିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଠଗଡ଼ ସଙ୍ଗଠନ ପକ୍ଷରୁ ଏହାକୁ ତୀବ୍ର ବିରେଧ କରାଯାଇଛି । ଏହି ବରୋଧ କରାଯିବା ସହିତ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସଂଧ୍ୟା ୬ଟା ପର୍ଯ୍ୟନ୍ତ ଆଠଗଡ଼ରେ ବନ୍ଦ ପାଳନ କରାଯାଉଛି । ଫଳରେ ଗାଡି ଚଳାଚଳ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ବିଭିନ୍ନ ଛକରେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.