ନୂଆଦିଲ୍ଲୀ: ୨୭ବର୍ଷର ବନବାସ ସାରି ଏବେ ରାଜଧାନୀ ସିଂହାସନକୁ ଫେରିଛି ବିଜେପି । ଦିଲ୍ଲୀ ବିଧାନସଭାର ୭୦ ଆସନରୁ ୪୮ ଆସନ ଦଖଲ କରି ବାଜି ମାରିଛି ବିଜେପି । ଏଥିସହ ଭୁଶୁଡିଛି ଆପ୍ର ଦୁର୍ଗ । ଆପ୍ର ଶୀର୍ଷ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ପରାଜୟର ସମ୍ମୁଖୀନ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଆତିଶୀ ୩୫ ଶହ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେପଟେ ବିଜେପି ସରକାର ଗଢିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ।
ସୂଚନ ଅନୁସାରେ, ଦିଲ୍ଲୀର ରାଜଭବନରେ ପହଞ୍ଚି ଉପରାଜ୍ୟପାଳଙ୍କୁ ଭେଟି ଆତିଶୀ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଗତକାଲିର ନିର୍ବାଚନ ଫଳାଫଳରେ ଦିଲ୍ଲୀ ବିଧାନସଭାର ୭୦ ଆସନରୁ ବିଜେପିକୁ ୪୮ ଏବଂ ଆମ୍ ଆଦମି ପାର୍ଟି ୨୨ ସିଟ୍ ମିଳିଛି । ଆତିଶୀ କାଲକାଜୀ ବିଧାନସଭା ସିଟରୁ ବିଜେପି ପ୍ରାର୍ଥୀ ରମେଶ ବିଧୁରିଙ୍କୁ ୩୫୦୦ରୁ ଅଧିକ ଭୋଟରେ ହରାଇ ବିଜୟ ଲାଭ କରିଛନ୍ତି ।
ସେପଟେ ବହୁମତ ହାସଲ କରିବା ପରେ ଏବେ ଦିଲ୍ଲୀ ସିଂହାସନ କି ଅକ୍ତିଆର ସେ ନେଇ ଲାଗିଛି ଚର୍ଚ୍ଚା । ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଜଣା ପଡିନଥିବା ବେଳେ ଆଜି ସନ୍ଧ୍ୟାରେ ଦିଲ୍ଳୀ ବିଜେପି ଅଧ୍ୟକ୍ଷ ସମସ୍ତ ଜିତିଥିବା ବିଧାୟକଙ୍କୁ ସାକ୍ଷାତ କରିବେ । ତେବେ ମୋଦୀ ବିଦେଶ ଗସ୍ତରୁ ଫେରିବା ପରେ ଶପଥ ଉତ୍ସବ କାର୍ଯ୍ୟକ୍ରମ ହେବାର ସୂଚନା ମିଳିଛି ।
Comments are closed.