Latest Odisha News

BREAKING NEWS

ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ନେତ୍ରୀ ଆତିଶୀ ମରଲେନ ହେବେ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା । ରବିବାର ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ହେବା ପାଇଁ ଦଳୀୟ ବିଧାୟକମାନେ ଆତିଶୀଙ୍କ ନାଁ ମନୋନୀତ କରିଥିଲେ । ଆଉ ଏହାପରେ ଆତିଶୀ ବନିଛନ୍ତି ଗୃହରେ ପ୍ରଥମ ମହିଳା ବିରୋଧୀ ଦଳ ନେତା । ତେବେ ଆପର ବିଧାୟକମାନେ ଦଳୀୟ ବୈଠକରେ ସର୍ବସମ୍ମତିକ୍ରମେ ଆତିଶୀଙ୍କୁ ବିରୋଧୀ ଦଳ ନେତା ହେବା ପାଇଁ ମନୋନୀତ କରିଥିଲେ।

ଚଳିତ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ବିଜେପି ଆପକୁ କ୍ଷମତାରୁ ହଟାଇ ​​୭୦ ଟି ଆସନରୁ ୪୮ଟି ଜିତିଥିଲା । ୨୦୧୫ ଏବଂ ୨୦୨୦ରେ ବିପୁଳ ବିଜୟ ହାସଲ କରିଥିବା କେଜରିୱାଲଙ୍କ ନେତୃତ୍ୱାଧୀନ ଦଳ ମାତ୍ର ୨୨ ଟି ଆସନରେ ଜିତିଥିବା ବେଳେ ଦିଲ୍ଲୀ ଶାସନ ହରାଇଥିଲେ । ଆଉ କଂଗ୍ରେସ ଲଗାତାର ତୃତୀୟ ଥର ପାଇଁ ନିଜର ଖାତା ଖୋଲିପାରିଲା ନାହିଁ ।

ଯେଉଁଥିରେ ​​କେଜ୍ରିୱାଲ, ମନୀଷ ସିସୋଦିଆ ଏବଂ ସୌରଭ ଭରଦ୍ୱାଜଙ୍କ  ଭଳି ଆପ ଟାଣୁଆ ନେତା ମାଟି କାମୁଡିଥିଲେ । ଆଉ ସେହି ସମୟରେ ୨୦୨୦ ମସିହାରେ ଦକ୍ଷିଣ ଦିଲ୍ଲୀର କାଲକାଜିରୁ ନିର୍ବାଚିତ ହୋଇଥିବା ଆତିଶୀ ପୂର୍ବତନ ବିଜେପି ସାଂସଦ ରମେଶ ବିଧୁରୀଙ୍କ ସହ କଡ଼ା ପ୍ରତିଦ୍ୱନ୍ଦ୍ୱିତା ପରେ ଫେବୃଆରୀ ୫ ବିଧାନସଭା ନିର୍ବାଚନରେ ​​ତାଙ୍କ ଆସନ ବଜାୟ ରଖିଥିଲେ । ଆଉ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପାଞ୍ଚ ମାସ ପରେ ଜେଲରୁ ମୁକ୍ତ ହେବା ପରେ କେଜ୍ରିୱାଲ ଇସ୍ତଫା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ୪୩ ବର୍ଷୀୟ ଆତିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ ।

ସେପଟେ ଆସନ୍ତାକାଲି ଅର୍ଥାତ୍  ଫେବୃଆରୀ ୨୪ରୁ ଆରମ୍ଭ ହେବାକୁ ଯାଉଛି ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ । ତିନି ଦିନିଆ ଅଧିବେଶନ ସମୟରେ, ଶାସକ ବିଜେପି ସରକାର କହିଛି ଯେ, ପୂର୍ବ ଆପ୍ ସରକାରଙ୍କ କାର୍ଯ୍ୟଦକ୍ଷତା ବିରୁଦ୍ଧରେ ବିଚାରାଧୀନ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ କରାଯିବ । ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବିରୋଧରେ ଏକ ଦୃଢ଼ ମହିଳା ମୁହଁ ଭାବରେ ତାଙ୍କ ନାମ ପ୍ରସ୍ତାବିତ କରିଛନ୍ତି ଆପ୍ ବିଧାୟକ ।

Comments are closed.