Latest Odisha News

BREAKING NEWS

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ପାଇଁ ପ୍ରସ୍ତୁତ ରୁହ’ ଭାଇରାଲ୍ ହେଉଛି କଂଗ୍ରେସ ନେତାଙ୍କ ଭିଡିଓ

ଭୋପାଳ: କ୍ଷମତା ନିଶାରେ କଂଗ୍ରେସ ନେତା କେତେବେଳେ କଣ କହୁଛନ୍ତି ଜାଣି ପାରୁନାହାଁନ୍ତି । ଏବେ ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କଥା କହୁଛନ୍ତି । ଭିଡିଓ ଭାଇରାଲ୍ ପରେ ପଟେରିଆ ମନ୍ତବ୍ୟ ବଦଳାଇଥିବା ବେଳେ ବିବାଦ ସୃଷ୍ଟି ହୋଇଛି ।

ଭାଇରାଲ୍ ଭିଡିଓରେ ପଟେରିଆ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କଲା ବେଳେ କହୁଛନ୍ତି, ମୋଦି ନିର୍ବାଚନ ଶେଷ କରି ଦେବ । ମୋଦି ଧର୍ମ, ଜାତି ଓ ଭାଷା ଆଧାରରେ ବାଣ୍ଟି ଦେବ । ଦଳିତ, ଆଦିବାସୀ ଓ ଅଳ୍ପସଂଖ୍ୟକଙ୍କ ଜୀବନ ବିପଦରେ ରହିଛି । ଯଦି ସମ୍ବିଧାନକୁ ବଞ୍ଚାଇବାକୁ ଚାହୁଁଛ, ତାହେଲେ ମୋଦିଙ୍କୁ ହତ୍ୟା ପାଇଁ ପ୍ରସ୍ତୁତ ରୁହ । ପରେ କହୁଛନ୍ତି ହତ୍ୟା ଅର୍ଥ ହରାଅ ।

ପୂର୍ବତନ ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ବିଜେପି ସମାଲୋଚନା କରିଛି । ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ପଟେରିଆଙ୍କ ମନ୍ତବ୍ୟ ମୁଁ ଶୁଣିଛି । ସେଥିରୁ ସ୍ପଷ୍ଟ ହେଉଛି, ଏହା ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ଦଳ ନୁହେଁ । ଇଟାଲୀର କଂଗ୍ରେସ ଓ ଇଟାଲୀର ମାନସିକତା ମୁସୋଲିନିଙ୍କ ଭଳି ।

Leave A Reply

Your email address will not be published.