Latest Odisha News

ଔରଙ୍ଗଜେବଙ୍କ ପସନ୍ଦ ଅନୁଯାୟୀ ପ୍ରସ୍ତୁତ ହୋଇଥିଲା ଏହି ଖାଦ୍ୟ, ଯାହା ଆଜି ମଧ୍ୟ ସମସ୍ତଙ୍କ ପସନ୍ଦ

ଭୁବନେଶ୍ଵର: ଆକବର ଶାକାହାରୀ ଖାଦ୍ୟକୁ ଅଧିକ ପସନ୍ଦ କରୁଥିଲେ । କିନ୍ତୁ, ନିଜ ରାଜ୍ୟକୁ ପରିଚାଳନା କରିବା ପାଇଁ ଶରୀରକୁ ମଜବୁତ ରଖୁଥିଲେ । ଆଉ ସେଥିପାଇଁ ସେ ବେଳେ ମାଂସାହାରୀ ଖାଦ୍ୟ ଖାଉଥିଲେ | କିନ୍ତୁ ଏହି ମାଂସାହାରୀ ଖାଦ୍ୟ ଖାଇବା ପାଇଁ ସେ ଏକ ନିର୍ଦ୍ଧିଷ୍ଟ ଦିନ ସ୍ଥିର କରିଥିଲେ । ଜାହାଙ୍ଗୀର ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ।

ସେ ମଧ୍ୟ ଶାକାହାରୀ ଖାଦ୍ୟକୁ ଅଧିକ ପସନ୍ଦ କରୁନଥିଲେ। ଆକବର ଫଳ ଖାଇବାକୁ ବହୁତ ଭଲ ପାଉଥିଲେ, ସେଥିପାଇଁ ସେ ଫଳ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ କୃଷକମାନଙ୍କ ଉପରେ ଲାଗୁ ହୋଇଥିବା ରାଜସ୍ୱ କର ମଧ୍ୟ ଛାଡ କରିଥିଲେ । ସେହିଭଳି, ଔରଙ୍ଗଜେବ ମଧ୍ୟ ଶାକାହାରୀ ଥିଲେ । କିନ୍ତୁ ପ୍ରଥମରୁ ଔରଙ୍ଗଜେବ ମାଂସାହାରୀ ଖାଦ୍ୟକୁ ବହୁତ ପସନ୍ଦ କରୁଥିଲେ, କିନ୍ତୁ ପରେ ସେ ଶାକାହାରୀ ଖାଦ୍ୟ ପସନ୍ଦ କରିବାକୁ ଲାଗିଲେ | ତାଙ୍କ ପାଇଁ କିଛି ବିଶେଷ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା | ଯାହା ଆଜି ମଧ୍ୟ ଅନେକ ଲୋକଙ୍କର ପ୍ରଥମ ପସନ୍ଦ ।

ପ୍ରଥମରୁ ଔରଙ୍ଗଜେବ୍ ମାଂସାହାରୀ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିଲେ। କିନ୍ତୁ ଯେତେବେଳେ ସେ ରାଜକୁମାର ରୁ ରାଜା ହେଲେ ଏବଂ ଯୁଦ୍ଧରେ ଜଡିତ ହେଲେ, ସେତେବେଳେ ସେ ମାଂସାହାରୀ ଖାଦ୍ୟ ଠାରୁ ଦୂରେଇ ରହିବା ଆରମ୍ଭ କଲେ । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ, ତାଜା ଫଳ ଔରଙ୍ଗଜେବଙ୍କର ଦୁର୍ବଳତା ଥିଲା | ସେ ଆମ୍ବ ଖାଇବାକୁ ବହୁତ ଭଲ ପାଉଥିଲେ। ଧିରେ ଧିରେ ସେ ଶାକାହାରୀ ଖାଦ୍ୟକୁ ବହୁତ ପସନ୍ଦ କରିବାକୁ ଲାଗିଲେ । ତେଣୁ ରୋଷେଇଆମାନେ ରାଜାଙ୍କୁ ଖୁସି କରିବା ପାଇଁ ସବୁଦିନ ନୂତନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରୁଥିଲେ |

ଜଣେ ରାଜା ମାଂସାହାରୀ ଖାଦ୍ୟଠାରୁ ଦୁରେଇ ରହିବା ସାଧାରଣରେ ଏକ ଆଶ୍ଚର୍ଯ୍ୟର କଥା । କିନ୍ତୁ ଗହମରୁ ନିର୍ମିତ କବାବ ଏବଂ ଚଣା ଡାଲିରେ ତିଆରି ପୁଲାଓ ଔରଙ୍ଗଜେବଙ୍କର ପ୍ରିୟ ଖାଦ୍ୟ ଥିଲା । ତେବେ ଆଜି ଆମେ ଖାଉଥିବା ପନିରରେ ନିର୍ମିତ କୋପ୍ତା ଏବଂ ଫଳରେ ନିର୍ମିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରକୃତରେ ଔରଙ୍ଗଜେବଙ୍କ ସମୟର । ତାଙ୍କ ପାଇଁ ସବୁଦିନ ଭିନ୍ନ ଭିନ୍ନ ପ୍ରକାରର ଶାକାହାରୀ ଖାଦ୍ୟ ରନ୍ଧାଯାଉଥିଲା ।

Leave A Reply

Your email address will not be published.