Latest Odisha News

ମୋଦୀଙ୍କ ସାମ୍ନାରେ ନୀତିଶ କହିଲେ ଆଉ ‘ଏପଟ ସେପଟ ହେବୁନୁ’

ପାଟଣା: ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ । ଆଜି ଔରଙ୍ଗାବାଦରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପ୍ରକଳ୍ପର ଉଦଘାଟନ୍ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଭାରେ ଉପସ୍ଥିତ ଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ଭାଷଣରେ ଏମିତି କିଛି କଥା କହିଥିଲେ, ଯାହାକୁ ଶୁଣି ହସି ପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୀତିଶ କୁମାର କହିଥିଲେ ଯେ, ଆପଣ ପୂର୍ବରୁ ବି ଏଠାକୁ ଆସିଥିଲେ, ହେଲେ ଆମେ କିନ୍ତୁ ହଜି ଯାଇଥିଲୁ । ହେଲେ ଏବେ ଆପଣଙ୍କୁ ଆଶ୍ୱସ୍ତ କରୁଛୁ ଯେ, ଏବେ ଆମେ ଏପଟ-ସେପଟ ହେବୁନି । ନୀତିଶଙ୍କ ମୁହଁରୁ ଏଭଳି କଥା ପ୍ରଧାନମନ୍ତ୍ରୀ ହସିପକାଇଥିଲେ ।

ବିରୋଧୀ ଗଢ଼ିଥିବା ମହାମେଣ୍ଡରୁ ନିକଟରେ ନୀତିଶ ବାହାରି ବିଜେପି ସହ ପୁଣି ମିଶି  ସରକାର ଗଢିଛନ୍ତି । ଆଉ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି, ୨୦୦୫ରୁ ଆମେ ଏକାଠି ଅଛୁ । ଏକାଠି ମିଶି କରି ଅନେକ କାମ କରିଛୁ । ପୂର୍ବରୁ କିଛି କାମ ହେଇନଥିଲା, ଲୋକ ପାଠ ପଢିବାକୁ ମଧ୍ୟ ସୁଯୋଗ ନଥିଲା । ହେଲେ ୨୦୦୫ରୁ ମିଶି ଆମେ କାମ କରିଥିଲୁ ବୋଲି ନୀତିଶ କହିଛନ୍ତି । ଏଥିସହ ନୀତିଶ କୁମାର ଅବକି ବାର୍ ୪୦୦ ପାର୍ ନାରା ମଧ୍ୟ ମଞ୍ଚରେ ଦେଇଛନ୍ତି । ଆଉ କହିଛନ୍ତି, ପୂରା ବିଶ୍ୱାସ ଅଛି ଯେ, ଏନଡିଏ ଏଥର ୪୦୦ରୁ ଅଧିକ ସିଟ୍ ଜିତିବ । ଖାଲି ସେତିକି ନୁହେଁ, ନୀତିଶ ଆହୁରି ମଧ୍ୟ କହିଛନ୍ତି ଯେ, ବିହାର ଆଗକୁ ବଢିବା ଆମର ଇଚ୍ଛା । ପ୍ରଧାନମନ୍ତ୍ରୀ ମୋଦୀ ଏମିତି ବିହାର ଆସୁଥାନ୍ତୁ ।

 

 

Leave A Reply

Your email address will not be published.