Latest Odisha News

BREAKING NEWS

କିଏ ହାତେଇବ ତାଳଚେର ବିଧାନସଭା ଆସନ?

ଅନୁଗୁଳ: କାହା ଭାଗ୍ୟରେ ପଡ଼ିବ ତାଳଚେର ଆସନ, ଚାଲିଛି ଅଙ୍କକଷା । ଛିଣ୍ଡୁନି ତିନି ପ୍ରମୁଖ ଦଳର ଅଙ୍କ । ତିନି ଦଳ ମଧ୍ୟରେ ଚୁଡାନ୍ତ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା ।  କେଉଁ ରାଜନୈତିକ ଦଳ ଏହି ଗୁରୁତ୍ଵ ପୁର୍ଣ୍ଣ  ଆସନକୁ ନିଜ ଅକ୍ତିଆରକୁ ନେବ ସେ ନେଇ ତିଆରି ଚାଲିଛି ରଣନୀତି  । ଏହି ନିର୍ବାଚନମଣ୍ଡଳୀରେ ଥିବା  ଅନେକ ସମସ୍ୟାକୁ ନେଇ ବିରୋଧି ବିଜେପି ଓ କଂଗ୍ରେସ ନିର୍ବାଚନରେ ଭୋଟ ହାତେଇବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କ ନାଁ ଧରି ବିଭିନ୍ନ ଯୋଜନା ଓ ବିକାଶର କଥା କହି ପୁଣି ଆସନ ହାତେଇବା ପାଇଁ ପ୍ରସ୍ତୁତ ହେଉଛି ।

ଆଗକୁ ତାଳଚେର ହେଵ ଅନେକ ଶିଳ୍ପ ସେଥିପାଇଁ ପ୍ରାର୍ଥୀମାନଙ୍କ ଭିତରେ ମଧ୍ୟ ବିଧାୟକ ହେବାର ଉତ୍କଣ୍ଠା ଲାଗି ରହିଛି । ତାଳଚେର  ଆସନରେ ବିଜେଡିର ବର୍ତ୍ତମାନର ବିଧାୟକ ବ୍ରଜକିଶୋର ପ୍ରଧାନ ଅଛନ୍ତି  । ହେଲେ ଏଥର ଏହି ଆସନ କାହା ପାଖକୁ ଯିବ ତାହା କହିବା ମୁସ୍କିଲ  । ଓଡ଼ିଶାରେ ଏବେ ମୁଖ୍ୟ ବିରୋଧି ଦଳ ଥିବା  ବିଜେପିର ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ ଏହି ନିର୍ବାନମଣ୍ଡଳୀକୁ ବେଶ ଭଲ ଭାବେ ଜାଣନ୍ତି ।  ଲୋକଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦେଉଥିବାରୁ ତାଙ୍କ ପଲ୍ଲା ମଧ୍ଯ ଏଠି ଭାରି ଅଛି  । ଗତ ୨୦୧୯ ସାଧାରଣ ନିର୍ବାଚନରେ ଖୁବ୍ କମ୍ ବ୍ୟବଧାନରେ ପରାସ୍ତ  ହୋଇଥିଲେ ସୁଦ୍ଧା ତାଳଚେର ନିର୍ବାଚନ ମଣ୍ଡଳୀରେ ତାଙ୍କର ଭଲ ଦବ୍ ଦବା ରହିଥିଲା   ।

ଏଥର ୨୦୨୪ ନିର୍ବାଚନରେ ବିଧାୟକ ଆସନ ହାତେଇବା ପାଇଁ  ସଙ୍ଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଆପାଣା ଉଦ୍ୟମ ଚଳାଇଛନ୍ତି ବିଜେପି ନେତା କାଳନ୍ଦୀ ସାମଲ  ।  ବିଜେପି ତରଫରୁ ଏଠାରେ ମନୋଜ କୁମାର ପ୍ରଧାନ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ରହିଛନ୍ତି  । ଅସହାୟ ଥିବା ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ନିକଟତର ହେବା ପାଇଁ ଚେଷ୍ଟା ଚଳାଇଛନ୍ତି  । କଂଗ୍ରେସର ଆଶାୟୀ ପ୍ରାର୍ଥୀ ଭାବେ ପ୍ରଫୁଲ୍ଲ କୁମାର ଦାସ , କେଶବ ଭୂତିଆ ଏବଂ କଂଗ୍ରେସର ପଦାଧିକାରୀ ମାନେ ଆଗାମୀ ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିଛନ୍ତି ।

୨୦୨୪ ହେବାକୁ ଥିବା ସାଧାରଣ ନିର୍ବାଚନରେ ଏହି ଗୁରୁତ୍ଵପୁର୍ଣ୍ଣ ଆସନରୁ କେଉଁ ଦଳର ପ୍ରାର୍ଥୀ ବିଧାୟକ ହେଉଛନ୍ତି  ତାହା ଦେଖିବାକୁ ବାକି । ହେଲେ ଶାସକ ଦଳ ବିଜେଡିରେ  ଲାଗି ରହିଥିବା ଗୋଷ୍ଠୀ କନ୍ଦଳ, ପୁରୁଣା କର୍ମୀଙ୍କ ପରିବର୍ତ୍ତେ ନୂତନ କର୍ମୀ ପ୍ରାଧାନ୍ୟ ଦେବା ବିଜେଡ଼ି ପାଇଁ ମହଙ୍ଗା ପଡିପାରେ । ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଜିତିବା ଉପରେ ଦଳୀୟ କନ୍ଦଳ ବାଧକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.