Latest Odisha News

BREAKING NEWS

ଅଷ୍ଟ୍ରେଲିଆ ମହିଳା ହକି ଖେଳାଳି ନର୍ସ ଦାୟିତ୍ୱ ତୁଲାଇବେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା ହକି ଦଳର ଗୋଲକିପର ରସେଲ ଲଂଚ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ଦଳର ସଦସ୍ୟ ହେବା ନେଇ ଆଶା ରଖିଥିଲେ । କରୋନା ମହାମାରୀ ଯୋଗୁ ଅଲିମ୍ପିକ୍ସକୁ ଘୁଂଚାଇ ଦିଆଯାଇଛି । ତେବେ ସବୁଠାରୁ ବଡ କଥା ରସେଲ ଏବେ ହକି କଥା ଭୁଲିଯାଇ ନର୍ସ ଦାୟିତ୍ୱ ତୁଲାଇବା ପାଇଁ ନିଷ୍ପତି ନେଇଛନ୍ତି ।

ଏହା ମାଧ୍ୟମରେ ମୁଁ ଦେଶ ସେବା କରିପାରିବି ବୋଲି ସେ କହିଛନ୍ତି । ପୂର୍ବରୁ ସେ ସପ୍ତାହକୁ ଗୋଟିଏ ଦିନ ନର୍ସ ଦାୟିତ୍ୱ ତୁଲାଉଥିଲେ । ଲକଡାଉନ ନିୟମ ପାଳନ କରିବା ସହ ମହାମାରୀକୁ ଦେଶରୁ ବାହାର କରି ଫୋପାଡିବା ପାଇଁ ସମସ୍ତେ ଏକତ୍ର ହେବା ପାଇଁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.