Latest Odisha News

BREAKING NEWS

ଅଡୁଆରେ ସୋରେନ ବ୍ରଦର୍ସ: ରାଜ୍ଯପାଳଙ୍କ ଟେବୁଲରେ ଦୁଇ ଭାଇଙ୍କ ମାମଲା

ରାଞ୍ଚି: ଅଡ଼ୁଆରେ ଝାଡଖଣ୍ଡର ସୋରେନ ବ୍ରଦର୍ସ । ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଶୀର୍ଷ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଖଣି ଦୁର୍ନୀତି ମାମଲାରେ ଫସିଛନ୍ତି। ଏବେ ତାଙ୍କ ବିଧାୟକ ପଦକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ତାଙ୍କର ଅନ୍ୟତମ ବିଧାୟକ ଭାଇଙ୍କ ନାମରେ…

୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ୧୭  ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିଅମରେ ଏ ନେଇ ଏକ ସ୍ଵତନ୍ତ୍ର ଆୟୋଜନ ହୋଇଥିଲା। ଏଥିସହ ସ୍କୁଲ ଫୁଟବଲ କାର୍ନିଭାଲର ମଧ୍ୟ ଉଦଘାଟନ କରିଛନ୍ତି ନବୀନ। ଏହି କାର୍ଯ୍ୟକ୍ରମରେ…

ଅଜଣା ରୋଗ ମୁଣ୍ଡ ନେଉଛି, କୋରାପୁଟ ଓ ମାଲକାନଗିରିରେ ଆତଙ୍କ

କୋରୋପୁଟ/ମାଲକାନଗିରି: ଅଜଣା ରୋଗର ଆତଙ୍କରେ ଛାନିଆ ଲୋକେ। ସପ୍ତାହକରେ ଗଲାଣି ତିନି ଜଣଙ୍କ ଜୀବନ। ମୃତ୍ୟୁ ପୂର୍ବରୁ ଶରୀରର ଦେହ, ହାତ ଆଦି ଫୁଲି ଯାଉଛି। ଆଉ ପରେ ତାଙ୍କର ମୃତ୍ୟୁ ଘଟୁଛି। କୋରାପୁଟରେ ଏଭଳି ଅଜଣା ରୋଗ ବ୍ୟାପିଛି। ମାଲକାନଗିରି ମାଥିଲିରେ ମଧ୍ୟ ଅଜଣା ରୋଗର ଆତଙ୍କ…

ଓଡ଼ିଶା ଆସିଥିଲେ ବ୍ରିଟେନର ରାଜା ମୁକୁଟ ପିନ୍ଧିବାକୁ ଯାଉଥିବା ପ୍ରିନ୍ସ ଚାର୍ଲସ

ଭୁବନେଶ୍ୱର: ଆଜି ବ୍ରିଟେନର ନୂଆ ରାଜା ପ୍ରିନ୍ସ ଚାର୍ଲସଙ୍କ ରାଜାଭିଷେକ । ଏହା ପୂର୍ବରୁ ତାଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ସେ ଓଡ଼ିଶା ଆସିଥିବାର ଏକ ଖବର ସାମ୍ନାକୁ ଆସିଛି। ୧୯୮୦ ରେ ରାଜ୍ୟ ଅତିଥି ଭାବରେ ଓଡିଶା ଗସ୍ତରେ ସେ ଆସିଥିଲେ।ସେତେବେଳେ ତାଙ୍କୁ ୩୨ ବର୍ଷ…

ବିଷ ପିଇ ଦେଲେ ଆଇଟିଆଇ ଛାତ୍ର, ପରିବାର ଲୋକ ଆଣିଲେ ରାଗିଂ ଅଭିଯୋଗ

ଭଦ୍ରକ: ଏକ ଘରୋଇ ଆଇଟିଆଇରେ ପାଠ ପଢ଼ୁଥିବା ଛାତ୍ର ଶୁକ୍ରବାର ବିଷ ପିଇ ଦେଇଛନ୍ତି । ଏବେ ସେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଗତକାଲି ସେ ଆଇଟିଆଇରୁ ଫେରିବା ପରେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ବିଷ ପିଇଥିବା ଛାତ୍ରଙ୍କ ନାମ ଆଶୁତୋଷ ମଲ୍ଲିକ । ସେ ଭଦ୍ରକ ତିହିଡିର ନନ୍ଦପୁରର…

ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିନେଲେ କ’ଣ ହେବ, ବଢ଼ିଲା ସଂଶୟ

ଭୁବନେଶ୍ୱର: ଶୁକ୍ରବାରଠାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ସୂର୍ଯ୍ୟମନ୍ଦିରରୁ ବାଲି କାଢିବା ନେଇ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଏହାକୁ ନେଇ ଅନେକ ସଂଶୟ ସୃଷ୍ଟି ହୋଇଛି। ବାଲି କଢ଼ା ହେଲେ ମନ୍ଦିର ସୁରକ୍ଷିତ ରହିବ ତ? ଏତେ ବର୍ଷର ମନ୍ଦିର ସେଥିରୁ ବାଲି କଢା…

ଯୁକ୍ତ ଦୁଇରେ ନାମ ଲେଖାଇବାକୁ ଆଉ ଥରେ ସୁଯୋଗ

ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମଲେଖାଇବା ପାଇଁ ଶନିବାର ପ୍ରକ୍ରିୟା ଶେଷ ହେଉଛି। ହେଲେ ପ୍ରଥମ ପର୍ଯ୍ୟାୟରେ ଯୁକ୍ତ ଦୁଇ ନାମଲେଖାଇ ପାରିନଥିଲେ କିଛି ଛାତ୍ରଛାତ୍ରୀ। ଏହା ଏବେ ସରକାରଙ୍କ ନଜରକୁ ଆସିଛି। ତେଣୁ ଇ-ଆଡମିଶନ ପାଇଁ ପଞ୍ଜୀକରଣ କରି ପାରି ନ ଥିବା ଦଶମ ପାସ୍ କରିଥିବା…

୨୪ ଘଣ୍ଟାରେ ସୁଦୃଶ୍ୟମାନ ହେବ ଲଘୁଚାପ, ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ତତ-ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଦକ୍ଷିଣ ଓଡିଶା -ଉତ୍ତର ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ସକ୍ରିୟ ହୋଇଛି ଲଘୁଚାପ କ୍ଷେତ୍ର। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ସୁଦୃଶ ଲଘୁଚାପରେ ରୂପ ନେଇପାରେ । ତେଣୁ ଆଜିଠୁ ରାଜ୍ୟରେ ବର୍ଷା…

ନିଶା କାରବାରୁ ରକ୍ତ ରଞ୍ଜିତ ହେଲା ନାରାୟଣ ବସ୍ତି, ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର: ରାଜଧାନୀରେ ହତ୍ୟା । ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଳି, ଝଗଡା ପରେ ହତ୍ୟା। ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀରେ ଦେଖିବାକୁ ମିଳିଛି ଏପରି ହତ୍ୟାକାଣ୍ଡ। ଆଉ ଏହି ହତ୍ୟାକାଣ୍ଡରେ ସାମିଲ ରହିଛନ୍ତି ଜଣେ ମହିଳା। ମୃତକଙ୍କ ନାଁ ସୁବ୍ରତ ରାଓ ବୋଲି…

୨୦୨୨ ତୁଳନାରେ ୨୦୨୩ରେ ଆର୍ଥିକ ଅବସ୍ଥା ଅଧିକ ଖରାପ ହୋଇପାରେ !

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା କହିଛନ୍ତି ଯେ ୨୦୨୨ର ଆର୍ଥିକ ବର୍ଷ ତୁଳନାରେ ୨୦୨୩ରେ ଅଧିକ ଖରାପ ହୋଇପାରେ। ମୁଦ୍ରାସ୍ଫୀତି ଯଦି ବଢ଼ିବ ତାହେଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି।…