କବିତା : ମହାକାଳର ଆତ୍ମଲିପି
ଦେବୀ ପ୍ରସନ୍ନ ନନ୍ଦ
ଅଖଣ୍ଡ ମଣ୍ଡଳ ବ୍ୟାପ୍ତ ଚରାଭୁଇଁ ମୋର
ଅସୀମ ମୋ କାୟା କାନ୍ତି ନାହିଁ ପାରାବାର
ଅପ୍ରମେୟ ଅବୟବ ରଚୁଥାଏ ନିଶୀଥ ସକାଳ
ନିରନ୍ତର ରମୁଥାଏ ଚରାଚର,ନାମ ମହାକାଳ ।
ତାଣ୍ଡବରେ ଶିବଙ୍କର ଡମ୍ବରୁର ନିନାଦ ମୁର୍ଛ୍ଛିତ
ହରିହସ୍ତେ ସୁଦର୍ଶନ ଚକ୍ରର ପ୍ରଚ୍ଛନ୍ନ…