Latest Odisha News

BREAKING NEWS

ଆସନ୍ତା ୨୩ରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହେବ: ଅରବିନ୍ଦ ପାଢୀ

ପୁରୀ: ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ମାହେନ୍ଦ୍ର ବେଳାରେ ଅସ୍ଥାୟୀ ରତ୍ନଭଣ୍ଡାର ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେବ । ସେହିଦିନ ଭୋର ୪ଟା ରେ ଶ୍ରୀମନ୍ଦିର ଦ୍ଵାର ଫିଟିବ । ସର୍ବସାଧାରଣ ଦର୍ଶନ ନେଇ କଟକଣା ରହିବ। ପାଳିଆ ସେବାୟତଙ୍କୁ ପାସ୍ ଦିଆଯିବ ।…

ଅଭିନେତ୍ରୀ ଦିଶା ପଟାନିଙ୍କ ଘରକୁ ଗୁଳିମାଡ଼ ଘଟଣା; ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

ମୁମ୍ବାଇ: ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳି ଚଳାଇଥିବା ଦୁଇ ଅପରାଧୀ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସେମାନେ ଗୋଲ୍ଡି ବ୍ରାର ଏବଂ ରୋହିତ ଗୋଦାରା ଗ୍ୟାଙ୍ଗର ସଦସ୍ୟ ଥିଲେ। ସେପ୍ଟେମ୍ବର ୧୨ ତାରିଖରେ ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳିକାଣ୍ଡ ପାଇଁ ଗୋଲ୍ଡି ବ୍ରାର…

୧୦ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଅବକାରୀ ବିଭାଗକୁ ବଡ଼ ସଫଳତା । ନିଶା ବେପାରୀମାନଙ୍କ ଠାରୁ ୧୦୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ, ୨ ଜଣ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି । ଏହା ସହ ସେମାନଙ୍କ ନିକଟରୁ ଦୁଇଟି ବାଇକ୍‌, ପାଞ୍ଚ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ…

ବୃଦ୍ଧାଶ୍ରମରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ବିଧାୟକ ଆକାଶ ଦାସନାୟକ

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳିଛନ୍ତି । ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମର ଅନ୍ତେବାସୀ, ମୁକବଧୀର ବିଦ୍ୟାଳୟର ଛାତ୍ରଛାତ୍ରୀ, ବୃଦ୍ଧାଶ୍ରମର…

ମୁଖ୍ୟମନ୍ତ୍ରୀ ବସ୍ ସେବା; ଏଣିକି ମାଗଣା ଯାତ୍ରା କରିପାରିବେ ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶିକ୍ଷା ସୁବିଧାକୁ ଉନ୍ନତ କରିବା ପାଇଁ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ଅଧୀନରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରାକୁ ଅନୁମୋଦନ କରିଛନ୍ତି। ସ୍କୁଲ ୟୁନିଫର୍ମ ପିନ୍ଧିଥିବା କିମ୍ବା ପରିଚୟପତ୍ର ବହନ କରୁଥିବା ଛାତ୍ରଛାତ୍ରୀମାନେ ଏବେ ସରକାରୀ…

ଦିନକରେ ପ୍ରାୟ ୧.୫ କୋଟି ଚାରା ରୋପଣ କରି ଓଡିଶା ସାଉଁଟିଲା ସାରା ବିଶ୍ୱରୁ ପ୍ରଶଂସା 

ଭୁବନେଶ୍ୱର: ଏକ ଅନନ୍ୟ ଇତିହାସ ଏବଂ ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛି ଆଜି ଓଡିଶା । ମାତ୍ର ୧୨ ଘଣ୍ଟା ଭିତରେ ପାଖାପାଖି ୧.୫ କୋଟି ଚାରା ରୋପଣ କରି ଦେଖେଇଛନ୍ତି। ସେପ୍ଟେମ୍ବର ୧୭, ୨୦୨୫ ତାରିଖ କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱ ଇତିହାସରେ ସ୍ଵର୍ଣ୍ଣଅକ୍ଷରରେ ଲିପିବଦ୍ଧ ହୋଇ…

ହଁ.. ନାହିଁର ନାଟକର ଅବସାନ: ପଡିଆରେ ପାକିସ୍ତାନ-ୟୁଏଇ ମ୍ୟାଚ ଆରମ୍ଭ

ଦୁବାଇ: ଏସିଆ କପ ୨୦୨୫ରେ ଅନେକ ନାଟକୀୟ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ବିଜୟ ହାସଲ କରି ଟାଇଟଲ ଦୌଡରେ ରହିଛି । ଏହି ମ୍ୟାଚରେ ଟସ ଏବଂ ବିଜୟ ହାସଲ କରିବା ପରେ ଭାରତୀୟ ଟିମ ପାକିସ୍ତାନ ଖେଳାଳିଙ୍କ ସହ ହ୍ୟାଣ୍ଡସେକ କରି ନ ଥିଲେ । ଯାହାକୁ ନେଇ…

ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦ୍‌ଘାଟିତ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ବରରେ ଆଜି ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ସାମଗ୍ରୀକ ସଶକ୍ତିକରଣ ଉପରେ କେନ୍ଦ୍ରିତ ଏକ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଏବଂ ସ୍କ୍ରିନିଂ ଅଭିଯାନ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦ୍ଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ…

Truck-Car Collision: ବାଲି ବୋଝେଇ ଟ୍ରକ୍ – କାର ମଧ୍ୟରେ ଧକ୍କା; ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ବୁଧବାର ଦିନ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଏକ ଟ୍ରକ୍-କାର ଧକ୍କାରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ସଙ୍ଗମ ମଣ୍ଡଳ ନିକଟରେ ଦୁର୍ଘଟଣାଟି ଘଟିଥିଲା ​​ଯେତେବେଳେ…

ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲା ମୋତେ ମର୍ମାହତ କରିଛି: ନବୀନ ପଟ୍ଟନାୟକ

ଭୁବନେଶ୍ବର: ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଆଜି ପୋତା ହୋଇଥିବା ଅବସ୍ଥାରେ କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ଏକ ଜଙ୍ଗଲରୁ ମିଳିଛି । ଏହି ଖବର ସାମ୍ନାକୁ ଆସିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟ…