Latest Odisha News

BREAKING NEWS

ଆଗ ସପ୍ତାହରେ ବ୍ରିଟେନ, ମାଳଦ୍ବୀପ ଯିବେ ମୋଦି: ଉତ୍ତେଜନା ପରେ ପ୍ରଥମ ମାଳଦ୍ବୀପ ଗସ୍ତ…..

ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ବିଦେଶ ଗସ୍ତରେ ଯିବେ । ସେ ଆସନ୍ତା ସପ୍ତାହରେ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତ କରିବେ । ଏହି ସମୟରେ ବାଣିଜ୍ୟ ଚୁକ୍ତି ଏବଂ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତର…

କାହିଁକି ଇଣ୍ଡିଆ ମେଣ୍ଟଠାରୁ ଦୂରେଇ ଗଲା ଆପ୍ ?

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟରୁ ଦୂରେଇ ଯାଇଛି ଆମ ଆଦମୀ ପାର୍ଟି । ଲୋକସଭା ନିର୍ବାଚନ ପରଠୁ ହିଁ ଆପ୍ ଇଣ୍ଡିଆ ମେଣ୍ଟର ସାଥ୍ ଏକପ୍ରକାର ଛାଡି ଦେଇଥିଲା । ହରିୟାଣା ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ହାତ ଛାଡି ଏକା ନିର୍ବାଚନ ଲଢିଥିଲା ଆପ୍ । ତେବେ ଦିଲ୍ଲୀ ପରାଜୟ ପରେ ଆପ୍ ମୁଖ୍ୟ…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆନ୍ଦ୍ରେ ରସେଲ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ କ୍ରିକେଟର ଲୋକପ୍ରିୟ ଖେଳାଳି ଆନ୍ଦ୍ରେ ରସେଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୨ଟି ଟି୨୦ ମ୍ୟାଚ ଖେଳିବା ପରେ ସେ ଅବସର ନେବେ ବୋଲି ଆଗୁଆ ଘୋଷଣା କରିଛନ୍ତି । ସାବିନା ପାର୍କରେ ଜୁଲାଇ ୨୦ ଓ ୨୨ରେ ଏହି ମ୍ୟାଚ ଖେଳାଯିବ ।…

ଲାଇଭ ରିପୋର୍ଟିଂ ବେଳେ ବନ୍ୟା ପାଣିରେ ଭାସିଗଲେ ସାମ୍ବାଦିକ…

କରାଚୀ: ଅନେକ ସମୟରେ ଯେଉଁମାନେ ଖବର ପ୍ରସାରଣ କରୁଥାନ୍ତି ସେମାନଙ୍କୁ ନେଇ ମଧ୍ୟ ବହୁତ୍ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ। ତେବେ ପାକିସ୍ତାନର ରାୱଲପିଣ୍ଡିର ଚାହାନ ଡ୍ୟାମ ନିକଟରେ ଜଣେ ରିପୋର୍ଟର ଲାଇଭ ରିପୋର୍ଟିଂ ସମୟରେ ପାଣିର ସ୍ରୋତରେ ଭାସି ଯାଇଥିବା ନେଇ ଏକ ଭିଡିଓ ସୋସିଆଲ…

ଟ୍ରମ୍ପଙ୍କ ଟାରିଫ୍ ବଢାଇଲା ଶହବାଜଙ୍କ ଟେନସନ୍, ସିଧା ଆମେରିକାରେ ପହଞ୍ଚିଗଲେ ପାକ୍ ଅର୍ଥମନ୍ତ୍ରୀ….

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ବିଶ୍ୱର ଅନେକ ଦେଶ ଉପରେ ନୂତନ ଶୁଳ୍କ ଘୋଷଣା କରିଛନ୍ତି। ପାକିସ୍ତାନର ନାମ ଏପର୍ଯ୍ୟନ୍ତ ଏହି ଦେଶଗୁଡ଼ିକରେ ସାମିଲ ହୋଇନଥିଲ ମଧ୍ୟ, କିନ୍ତୁ ଏବେ ବି ଶହବାଜ ସରିଫ ଚିନ୍ତିତ ଯେ ଟ୍ରମ୍ପ ପାକିସ୍ତାନ ଉପରେ ଏକ ବଡ଼ ଶୁଳ୍କ ଘୋଷଣା…

କ୍ୟାନ୍ସର ରୋଗରୁ ମୁକ୍ତି ଦେବ ଭ୍ୟାକ୍ସିନ!

ନୂଆଦିଲ୍ଲୀ: କ୍ୟାନ୍ସର ରୋଗ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିନ ଆବିଷ୍କାର ହୋଇପାରିନାହିଁ। କିନ୍ତୁ ବର୍ତ୍ତମାନ୍ ଏ ନେଇ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଆସିଛି। ତେବେ ବୈଜ୍ଞାନିକମାନେ ଏପରି ଏକ ଟିକା ତିଆରି କରିଛନ୍ତି ଯାହାଦ୍ୱାରା କ୍ୟାନ୍ସର ଦୂର ହୋଇପାରିବ। ଫ୍ଲୋରିଡା…

ଆସୁଛି ଲଘୁଚାପ; ବିଭିନ୍ନ ଜିଲ୍ଲାକୁ ୟେଲୋ ସତର୍କତା

ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ୯ଟି ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଥିବା ନେଇ ଶନିବାର ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଆଇଏମଡିର ଅପରାହ୍ନ ବୁଲେଟିନ ଅନୁଯାୟୀ,  ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଦେଓଗଡ଼, ଢେଙ୍କାନାଳ,…

ପୁରୀରେ ନାବାଳିକାଙ୍କୁ ଜାଳିଦେବା ଘଟଣା ସରକାରୀ ନିଷ୍କ୍ରିୟତାର ପ୍ରମାଣ ଦେଉଛି: ନବୀନ

ଭୁବନେଶ୍ବର: ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳର ଏକ ଗାଁରେ ଜଣେ ନାବାଳିକାକୁ ପୋଡିଦେବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଭୀର ନିଦ୍ରାରୁ ରାଜ୍ୟ ସରକାରଙ୍କୁ ଉଠିବାକୁ କହି ଏକ୍ସ ରେ ପୋଷ୍ଟ କରିଛନ୍ତି ନବୀନ…

ପ୍ରମୋସନ୍‌ ପାଇଁ ଧରାଧରି ଚଳିବ ନାହିଁ: ଅଫିସର୍‌ଙ୍କୁ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍

ଭୁବନେଶ୍ୱର: ଅଫିସର୍‌ଙ୍କୁ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍। ପ୍ରମୋସନ୍‌ ପାଇଁ ଧରାଧରି ଚଳିବ ନାହିଁ କହିଲେ ଦେଓ ରଞ୍ଜନ ସିଂ। ପ୍ରଦର୍ଶନ ଆଧାରରେ ରାଜସ୍ବ ଅଧିକାରୀଙ୍କ ସିସିଆର୍ ଲେଖାଯିବ। ପ୍ରଦର୍ଶନକୁ ୧ରୁ ୫ ଭିତରେ ରେଟିଂ କରାଯାଇଛି। AI ଜରିଆରେ ଅଫିସର୍‌ଙ୍କ…

ଆତଙ୍କିତ ପାକିସ୍ତାନ, ଆମେରିକା ପରେ ବାଜିଲା ଚୀନ ଛାଟ….

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଆମେରିକା ଏବଂ ଚୀନ ପାଖରେ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ପାକିସ୍ତାନ । ଭାବିଥିଲା ମିଛ ଲୁହରେ ଫସିଯିବେ ଆମେରିକା ଏବଂ ଚୀନ । ହେଲେ ଏବେ ଉଭୟ ଦେଶ ପକ୍ଷରୁ ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି । କୂଟନୈତିକ ସ୍ତରରେ ବଡ ବିଜୟ ହାସଲ କରିଛି ଭାରତ ।…