Latest Odisha News

BREAKING NEWS

ଏକ ଲକ୍ଷ ଲୋକଙ୍କ ଜୀବନ ନେଇଛି ସଡ଼କ ଦୁର୍ଘଟଣା, ଏହି ରାଜ୍ୟରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ବଢ଼ି ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ପ୍ରତି ମିନିଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଅନେକ ଲୋକ। ସରକାର ମଧ୍ୟ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ କଡ଼ା ଆଇନ ଆଣୁଛନ୍ତି। ହେଲେ ସାଧାରଣ ଲୋକ ଯଦି ସତର୍କ ନହୋଇ ଗାଡ଼ି ଚଳାଇବେ କେମିତି ରୋକି ହେବ ସଡ଼କ ଦୁର୍ଘଟଣା।…

ନୂଆ ବର୍ଷ ପୂର୍ବରୁ ପୃଥିବୀକୁ ବଡ଼ ବିପଦ ! ଚିନ୍ତାରେ ବୈଜ୍ଞାନିକ

ନୂଆଦିଲ୍ଲୀ ୨୧।୧୨: ନୂଆ ବର୍ଷ ପୂର୍ବରୁ ପୃଥିବୀକୁ ମାଡ଼ି ଆସୁଛି ବଡ଼ ବିପଦ। ଏତେ ବଡ଼ ବିପଦକୁ କେମିତି ଟାଳି ହେବ ଚିନ୍ତାରେ ବୈଜ୍ଞାନିକ । ଆଉ ଏହି ବିପଦ ହେଉଛି ଉଲ୍ଲକାପିଣ୍ଡ। ବୈଜ୍ଞାନିକଙ୍କ ଅନୁସାରେ ୨୪ ଡିସେମ୍ବରରେ ମହାକାଶରେ ଗତି କରିବ ଏହି ଉଲ୍ଲକାପିଣ୍ଡ। ଯଦି ଏହି ଉଲ୍ଲକାପିଣ୍ଡର…

ସିଏମଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ଅଲୁ, କହିଲେ ‘ମୋ ଚରିତ୍ରକୁ ହତ୍ୟା କରାଯାଉଛି’

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ 'ପୁଷ୍ପା ୨'ର ସଫଳତା ପାଇଁ ଉତ୍ସବ ପାଳନ କରିବା ପୂର୍ବରୁ ଏକ ଗୁରୁତର ମାମଲାରେ ଛନ୍ଦି ହୋଇଯାଇଛନ୍ତି । ଗତ ଡିସେମ୍ବର ୪ ତଥା ଫିଲ୍ମର ପ୍ରିମିୟର୍ ସମୟରେ ସଂନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟାରେ ଜଣେ…

ଦେଶରେ ଜଙ୍ଗଲ ପରିମାଣ ବୃଦ୍ଧି; ଓଡ଼ିଶାରେ ସର୍ବାଧିକ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ଯେଉଁଭଳି ଭାବେ ଜନସଂଖ୍ୟା ବୃଦ୍ଧି ପାଉଛି ଜନବସତି ନେଇ ବହୁ ପରିମାଣର ଜଙ୍ଗଲ ନଷ୍ଟ କରାଯାଉଛି । ଏହା ସହ ଶିଳ୍ପାଞ୍ଚଳ ଓ ଚାଷ ପାଇଁ ମଧ୍ୟ ବହୁ ମାତ୍ରାରେ ଗଛ ଗୁଡିକ କାଟି ଦିଆଯାଉଛି । ଫଳରେ ଏହାର ସିଧା ସଳଖ ପ୍ରଭାବ ମୌସୁମୀ ପରିବର୍ତ୍ତନ, ପ୍ରଦୂଷଣ…

କୋଟିଏ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

ମୋହନା: ଗଜପତି ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ୍‌। ଗଞ୍ଜେଇ ଚାଷ ଏବଂ ଏହାର ବିକ୍ରି ଉପରେ ରୋକ୍ ଉଦ୍ଦେଶ୍ୟରେ ଅବକାରୀ ବିଭାଗ ଜୋରଦାର ଚେଷ୍ଟା ଚଳାଇଛି। ଆଉ ଏହାରି ଭିତରେ ଶନିବାର ପ୍ରାୟ ୧ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ। ସୂଚନା…

ସୋଆର ‘ଗ୍ରାଣ୍ଡ ହୋମ କମିଂ’ ସମାବେଶ: ପୁରାତନ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ସହ ସମ୍ପର୍କ ସୁଦୃଢ଼ କରିବା ଆବଶ୍ୟକ

ଭୁବନେଶ୍ୱର: ସୋଆ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ । ୨୦୦୧ରୁ ୨୦୨୪ ଶିକ୍ଷା ବର୍ଷରେ ଶିକ୍ଷା ଗ୍ରହଣ କରିଥିବା ସୋଆର ପୁରାତନ ଛାତ୍ରଛାତ୍ରୀମାନେ ଏହି ସମାବେଶରେ ଏକତ୍ରିତ ହୋଇଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା ଓ…

ଡିସେମ୍ବର ୨୫ ସୁଦ୍ଧା ହିତାଧିକାରୀମାନଙ୍କୁ ପିଡ଼ିଏସ୍‌ ଚାଉଳ ବଣ୍ଟନ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ନବରଙ୍ଗପୁର ଓ ଦେବଗଡ଼ ଜିଲ୍ଲାରେ ଗତକାଲି ସୁଦ୍ଧା ପିଡ଼ିଏସ୍‌ ଚାଉଳ ଉଠାଣ ଶେଷ ହୋଇଛି । ଖାଦ୍ୟ ସୁରକ୍ଷା ଅଧିନସ୍ଥ ହିତାଧିକାରୀମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାନୁୟାରୀ ୨୦୨୫ ପାଇଁ ମାସିକିଆ ରାସନ ପ୍ରଦାନ କରାଯାଉଛି । ଏଥି ନିମନ୍ତେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ…

ସମସ୍ତଙ୍କୁ ଦରକାର ଆମ୍ବେଦକର

ନୂଆଦିଲ୍ଲୀ: ସଂସଦ ହେଉ କି ସଡ଼କ, ସବୁଠି ଆମ୍ବେଦକର ଝଡ଼। ସଂସଦରେ ସମ୍ବିଧାନକୁ ନେଇ ବିତର୍କ ହେଲା। ହେଲେ ଜନତାଙ୍କ ସାମ୍ବିଧାନିକ ଅଧିକାର, ସଂଘୀୟ ବ୍ୟବସ୍ଥା, ନ୍ୟାୟ ବ୍ୟବସ୍ଥା ଓ ଆଇନରେ ରହିଥିବା ସମସ୍ୟାକୁ ନେଇ ଆଲୋଚନା ହେଲାନି, ବରଂ ଆମ୍ବେଦକରଙ୍କ ଜୟଗାନ କଲେ ରାଜନୈତିକ ଦଳ। ଭୀମରାଓ…

କେଜ୍ରିୱାଲଙ୍କ ପାଇଁ ଆହୁରି ବଢ଼ିଲା ଅଡୁଆ, ଏବେ କ’ଣ କରିବ ଆଦମୀ ପାର୍ଟି ?

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ପାଇଁ ଆହୁରି ବଢ଼ିଲା ଅଡୁଆ । ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ ବଡ଼ ଝଟ୍‌କା । ଏବେ ପ୍ରଶ୍ନ ଉଠୁଛି କ'ଣ କରିବ ଆଦମୀ ପାର୍ଟି? ନିର୍ବାଚନ ପୂର୍ବରୁ ଅବକାରୀ ଦୁର୍ନୀତିରେ ଆହୁରି ଛନ୍ଦି ହେବେ କି ସେ ! କେଜ୍ରିୱାଲଙ୍କ ବିରୋଧରେ ମାମଲା ଚାଲୁ ପାଇଁ…

ପୁରୁଣା କାର୍ ବିକ୍ରୀ ଉପରେ ଲାଗିବ ୧୮% ଜିଏସଟି

ନୂଆଦିଲ୍ଲୀ: ଯଦି ଆପଣ ନିଜର ପୁରୁଣା କାର ବିକ୍ରୀ କରି ସେହି ଟଙ୍କାରେ ଏକ ନୂଆ କାର କିଣିବାକୁ ଭାବୁଛନ୍ତି କି। ତେବେ ଏହା ଆପଣଙ୍କ ଚିନ୍ତାଜନକ ଖବର। କାରଣ ପୁରୁଣା ଗାଡିର ବିକ୍ରୀ ଉପରେ ସରକାର ଜିଏସଟି ହାର ବୃଦ୍ଧି କରିଛନ୍ତି। ତେବେ ସଠିକ୍ ଭାବରେ କହିବାକୁ ଗଲେ ବ୍ୟବହୃତ କାର କିଣିବା ପାଇଁ…