Latest Odisha News

BREAKING NEWS

ବାନ୍ତି କଲେ ଭକ୍ତ: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ: ଅବକାଶ ନୀତି ପରେ ମହାପ୍ରଭୁଙ୍କର କରାଗଲା ବଡ ମହାସ୍ନାନ ନୀତି । ଭିତରକାଠ ନିକଟରେ ଜଣେ ଭକ୍ତ ବାନ୍ତି କରିଦେବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଇଛି । ଶ୍ରୀଜିଉଙ୍କ ମହାସ୍ନାନ ନୀତି ଚାଲିଥିବାରୁ ବନ୍ଦ ରହିଥିଲା ସାଧାରଣ ଦର୍ଶନ । ମହାସ୍ନାନ ନୀତି ପରେ ଦର୍ଶନ ଆରମ୍ଭ ହୋଇଛି…

ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ଅଭିନେତା ଅମିତାଭ ବଚ୍ଚନ, ସ୍ଵାସ୍ଥ୍ୟକୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କଲେ ବିଗ୍ ବି

ମୁମ୍ବାଇ: ଗତକାଲି ବଲିଉଡର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା । ୮୧ ବର୍ଷୀୟ ଅଭିନେତା ଗତକାଲି କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ କିଛି ଗଣମାଧ୍ୟମରେ ଖବର ଆସିଥିଲା ଯେ ତାଙ୍କ ଗୋଡ଼ରେ ଜମାଟ ବାନ୍ଧିବାରୁ ଆଞ୍ଜିଓପ୍ଲାଷ୍ଟି…

ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କୋଟିଏ ଆବେଦନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବଢୁଛି  ପିଏମ୍ ‘ସୂର୍ଯ୍ୟ ଘର: ମାଗଣା ବିଜୁଳି’ ଯୋଜନାର ଲୋକପ୍ରିୟତା । ଏକ ମାସ ମଧ୍ୟରେ କୋଟିଏରୁ ଉର୍ଦ୍ଧ୍ୱ ପରିବାର ଏହି ଯୋଜନାରେ ପଞ୍ଜୀକରଣ  କରିଛନ୍ତି । ଏନେଇ ଆଜି ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେବା ସହ ଖୁସିବ୍ୟକ୍ତ କରିଛନ୍ତି । ମୋଦି…

ସରିଲା ପାସିଂ ଆଉଟ୍ ପରେଡ୍, ବାହାରିଲେ ଆଉ ୨ ହଜାର ୬୩୦ ନୂଆ ଅଗ୍ନିବୀର

ଖୋର୍ଦ୍ଧା:ଚିଲିକା ଠାରେ ତୃତୀୟ ବ୍ୟାଚ ଅଗ୍ନିବୀର ଏକ ପାସିଂ ଆଉଟ ପରେଡ୍ ଅନୁଷ୍ଠିତ ହୋଇଛି । ଏହି ପରେଡରେ ସାମିଲ ହୋଇଥିଲେ ମୋଟ ୨ହଜାର ୬୩୦ ଅଗ୍ନିବୀର । ୩୯୬ ଜଣ ମହିଳା ଅଗ୍ନିବୀର ରହିଥିଲେ । ମହିଳା ଅଗ୍ନିବୀରମାନେ ନାରୀ ଶକ୍ତିର ପ୍ରଦର୍ଶନ କରିଥିଲେ । ୧୬ ସପ୍ତାହର ଟ୍ରେନିଂ ପରେ ଏହି…

ନୟାଗଡ଼ ରାଜନୀତି: ବିଜେପି ଛାଡିଲେ ଇରାନୀ ରୟ ଓ ଲାଲା ମନୋଜ

ଭୁବନେଶ୍ୱର: ନୟାଗଡ଼ ବିଧାନସଭା ନିର୍ବାଚନ ଲଢ଼ିଥିବା ଇରାନୀ ରୟ ଓ ତାଙ୍କ ସ୍ୱାମୀ ଲାଲା ମନୋଜ ରାୟ ବିଜେପିରୁ ଇସ୍ତଫା ଦେଇଛନ୍ତି। ୨୦୧୯ରେ ନିର୍ବାଚନ ଲଢ଼ିଥିବା ଇରାନୀ ଦଳର ଅବହେଳାକୁ ଦଳ ଛାଡ଼ିବାର କାରଣ ବୋଲି ଦର୍ଶାଇଛନ୍ତି। ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ  ନେତା ମନୋଜ ମଧ୍ୟ…

ଦିଲ୍ଲୀ ଅବକାରୀ ନୀତି ମାମଲା, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜାମିନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ବସ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜାମିନ ମିଳିଛି । ଇଡିର ସମନ ମାମଲାରେ ରାଉଜ୍‌ ଆଭେନ୍ୟୁ କୋର୍ଟରୁ ଜାମିନ ପ୍ରଦାନ କରିଛି । ୧୫ ହଜାର ଟଙ୍କା ମୁଚାଲିକାରେ ମିଳିଛି ଏହି ଜାମିନ । ଅବକାରୀ…

ରାଜ୍ୟ ସରକାରଙ୍କ ପକ୍ଷରୁ ପାଳିତ ହେବ ହରେକୃଷ୍ଣ ମହତାବଙ୍କର ୧୨୫ତମ ଜନ୍ମ ଶତବାର୍ଷିକୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କର ୧୨୫ତମ ଜନ୍ମ ଶତବାର୍ଷିକୀ ପାଳିତ ହେବ। ଏଥିପାଇଁ ଆସନ୍ତା ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ…

ରାସ୍ତା କଡରେ ବିକ୍ରି କରୁଥିଲେ ବ୍ୟୁଟି ପ୍ରଡକ୍ଟସ୍, ମାସକୁ ୨୦୦ ଟଙ୍କା ଦରମା, ଜାଣନ୍ତୁ ଏହି ମହିଳାଙ୍କ ସଂଘର୍ଷମୟ…

ନୂଆଦିଲ୍ଲୀ: ପ୍ରଥମେ ଅଭିନେତ୍ରୀ ଆଉ ଏବେ ନେତ୍ରୀ । ଛୋଟବେଳୁ ଅନେକ ଏକ ସଂଘର୍ଷମୟ ଜୀବନ ଅତିବାହିତ କରିଥିବା ସ୍ମୃତି ଇରାନୀ ସୋସିଆଲ ମିଡିଆରେ ଅଧିକାଂଶ ସମୟ ସକ୍ରିୟ ଥାଆନ୍ତି । ନିକଟରେ ସ୍ମୃତି ଇରାନୀ ତାଙ୍କ ପ୍ରାରମ୍ଭିକ କ୍ୟାରିୟର ବିଷୟରେ କିଛି କଥା କହିଥିଲେ । ଟିଭି ସିରିୟେଲ…

କବିତା : ଭାବର ଠାକୁର

ବନଶ୍ରୀ ଦାଶ ଭାବର ଠାକୁର ଆହେ ଭାବ ମନେ ଭରିଦିଅ ଅଭାବ ପଛକେ ଥାଉ ନିତି ହୃଦୟେ ରହୁ ତୁମ ମୂରତି।। ସଂସାର ଶିଙ୍କୁଳି ବାନ୍ଧିଚି ପାଦରେ ଲେଖୁଛି କାହାଣୀ ଜୀବନ ଫର୍ଦ୍ଦରେ ଯେତିକି ଢାଳିଛ ତେଲ ମୋ ଦୀପରେ ଜଳିବି ସେତିକି ନିସ୍ଵାର୍ଥ ସେବାରେ।। ଆହେ ଦୟାମୟ ବିଶ୍ୱବିହାରୀ…

ବିଦେଶ ମାଟିରେ ଚମକିଲେ ଜନଜାତି ଶିଳ୍ପୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ଵାରା ଦୁବାଇଠାରେ ଓଡ଼ିଶା ଜନଜାତି ଚିତ୍ର କଳା ପ୍ରଦର୍ଶନୀ ଭାରତର କନ୍ସୁଲ ଜେନେରାଲ  ସତିଶ କୁମାର ଶିବମଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏକାଡେମୀର…