Latest Odisha News

BREAKING NEWS

ପାର୍ବଣ ପୂର୍ବରୁ ଅଶାନ୍ତ କଟକ ସହର: ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ମହାରଣାକୁ ଏନକାଉଣ୍ଟର, ବନ୍ଧୁକ ଓ ଗୁଳି ଜବତ

କଟକ : ଆସୁଛି ପାର୍ବଣ ଋତୁ  । କିନ୍ତୁ ତାପୂର୍ବରୁ ଅଶାନ୍ତ ହୋଇପଡିଛି କଟକ ସହର  । ପୂଜା ପୂର୍ବରୁ କଟକରେ ଏନକାଉଣ୍ଟର ହୋଇଛି  । କନ୍ଦରପୁର ଥାନା ମତ୍ତଗଜପୁର ଅଂଚଳ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣାକୁ ଉତ୍ତମାପୁର ଅଞ୍ଚଳରେ କମିଶନରେଟ୍ ପୋଲିସ ଏନକାଉଣ୍ଟର କରିଛି  ।  …

ଆଜି ଲୋକାର୍ପିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ: ୧୦ଟି ପ୍ରକଳ୍ପର ହେବ ଉଦଘାଟନ

କଟକ : ବିକାଶରେ ଯୋଡ଼ି ହେବ ନୂଆ ଅଧ୍ୟାୟ । ଲୋକାର୍ପିତ ହେବାକୁ ଯାଉଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ ଟର୍ମିନାଲ । ଆଜି ଅପରାହ୍ନରେ ନେତାଜୀ ବସ୍ ଟର୍ମିନାଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ଉତ୍ସବ ପାଇଁ ବସ ଟର୍ମିନାଲ ପରିସରରେ ପ୍ରସ୍ତୁତି ପ୍ରାୟ…

ନଷ୍ଟ ହୋଇଯାଉଛି ଜମାକାରୀଙ୍କ ସତ୍ୟପାଠ, ଚିନ୍ତାରେ ଚିଟଫଣ୍ଡ କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଚିଟଫଣ୍ଡ କମିସନଙ୍କ କଟକସ୍ଥିତ କାର୍ଯ୍ୟାଳୟରେ ଟଙ୍କା ଫେରସ୍ତ ପାଇଁ ଦାଖଲ ହୋଇଥିବା ସତ୍ୟପାଠ ନଷ୍ଟ ହୋଇଯିବା ଏହଂ ହୋଇଯିବା ଭଳି ସ୍ଥିତି ପରେ ଓଡ଼ିଶାର ହଜାର ହଜାର ଚିଟଫଣ୍ଡ କ୍ଷତିଗ୍ରସ୍ତ ନିରାଶ ହୋଇଛନ୍ତି। କାଗଜପତ୍ରକୁ ଏକ କୋଠରୀର ଏକ କୋଣରେ ପୋକ ଖାଇବାକୁ ଦେଇ ପଚାଇବାକୁ…

ଲିଜରେ ଦିଆଯାଇଥିବା ଜମିକୁ ନିୟମିତ କରିବାକୁ ପୁରୀ ମ୍ୟୁନିସିପାଲଟିକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

ପୁରୀ: ମ୍ୟୁନିସିପାଲିଟି ପକ୍ଷରୁ ଲିଜରେ ଦିଆଯାଇଥିବା ଜମିକୁ ନିୟମିତ କରିବା ପ୍ରକ୍ରିୟା ଶେଷ କରିବାକୁ ଓଡ଼ିଶା ସରକାର ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ…

ଆଉ ୨୭ ଚିହ୍ନଟ ପରେ ସୁନ୍ଦରଗଡରେ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୬୨

ସୁନ୍ଦରଗଡ଼: ଗୁରୁବାର ୨୭ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ରୋଗ ଏବେ ବ୍ୟାପିବାରେ ଲାଗିଛି।ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ସୁନ୍ଦରଗଡ଼ ସିଡିଏମଓ କାହ୍ନୁଚରଣ ନାୟକ କହିଛନ୍ତି ଯେ, ଗୁରୁବାର ଆକ୍ରାନ୍ତଙ୍କ ସଂଖ୍ଯା ସହିତ ଚଳିତ ବର୍ଷ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା…

କରୋନାଠୁ ମାରାତ୍ମକ ନିପା: ମୃତ୍ୟୁ ହାର ୭୦ ପ୍ରତିଶତ

ନୂଆଦିଲ୍ଲୀ: ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ରାଜୀବ ବହଲ ଶୁକ୍ରବାର କହିଛନ୍ତି, କରୋନା ଭାଇରସ୍ ତୁଳନାରେ ନିପା ଭାଇରସର ମୃତ୍ୟୁହାର ବହୁତ ଅଧିକ। କୋଭିଡ୍-୧୯ରେ ମୃତ୍ୟୁ ହାର ୨ରୁ ୩ ପ୍ରତିଶତ ଥିବା ବେଳେ ନିପାରେ ମୃତ୍ୟୁ ହାର ୪୦ରୁ ୭୦ ପ୍ରତିଶତ ରହିଛି।…

ମୃତ୍ୟୁର ୭ ମିନିଟ ପରେ ଫେରି ପାଇଲେ ଜୀବନ, ଶୁଣାଇଲେ ଅବିଶ୍ୱସନୀୟ ଅନୁଭୂତି

ଲଣ୍ଡନ: ବ୍ରିଟେନର ଶିବ ଗ୍ରେୱେଲ ନାମକ ୬୦ ବର୍ଷୀୟ ବୃଦ୍ଧଙ୍କ ହୃଦଘାତ ଯୋଗୁ ମୃତ୍ୟୁ ଘଟିଥିଲା । ୭ ମିନିଟ ସଂଘର୍ଷ ପରେ ସେ ଜୀବନ ଫେରି ପାଇଥିଲେ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଚମତ୍କାର ଥିଲା । ତେବେ ଡାକ୍ତରଙ୍କ ମତରେ ଏହା ବିଜ୍ଞାନ ପାଇଁ ନୂଆ କଥା ନୁହେଁ । ପୂର୍ବରୁ ଅନେକ ଥର ଏ ଭଳି ଘଟଣା…

ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କ ଫଟୋ ଉଠାଇ ପରିବହନ ବିଭାଗକୁ ପଠାଇପାରିବେ ସାଧାରଣ ଲୋକ

ଭୁବନେଶ୍ୱର: ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ସେଣ୍ଟିନେଲ୍ ଆପ୍ଲିକେସନ୍ ଜରିଆରେ ନାଗରିକଙ୍କ ସମର୍ଥନ ଲୋଡ଼ିଛନ୍ତି। ପରିବହନ ବିଭାଗ ଶୁକ୍ରବାର ଏକ ବିଜ୍ଞପ୍ତିରେ କହିଛି ଯେ, ନାଗରିକମାନେ ନେକ୍ସଟ୍ ଜେନ mParivahan ଆପ୍ 'ସିଟିଜେନ୍ ସେଣ୍ଟିନେଲ୍' ବିକଳ୍ପ…

ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନକୁ ସମର୍ଥନ କଲା ଅଭିଭାବକ ସଂଘ, ଚିନ୍ତାରେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚେତାବନୀ ସତ୍ତ୍ୱେ ଏକ ସପ୍ତାହ ଧରି ସାରା ଓଡିଶାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଶିକ୍ଷକମାନଙ୍କୁ ଏକ ଅଭିଭାବକ ସଂଗଠନ ସମର୍ଥନ ଜଣାଇଛି। ଦାବି ପୂରଣ ନହେବାଯାଏ ଆନ୍ଦୋଳନରୁ ଓହରିବେନି ବୋଲି ଚେତାବନୀ ଦେଇଛି ଓଡିଶା ଶିକ୍ଷକ…

ଦାୟିତ୍ୱରୁ ଓହରି ନାହାଁନ୍ତି ଶିକ୍ଷକ, ଆନ୍ଦୋଳନରେ ସାମିଲ ହୋଇ ନାହାଁନ୍ତି ୩ ଶିକ୍ଷକ ସଂଘ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହୋଇନାହାନ୍ତି ତିନି ଶିକ୍ଷକ ସଂଘ । ଲେଫ୍ଟଆଉଟ୍ ଗଣଶିକ୍ଷକ, ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ଓ ନିଖିଳ ଓଡିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ଏହି ଧାରଣାକୁ ସମର୍ଥନ କରୁନାହାଁନ୍ତି । ସଂଘର…