Latest Odisha News

BREAKING NEWS

ଚନ୍ଦ୍ରପୃଷ୍ଠର ଏକ ଗଭୀର ଗାତ ନିକଟରେ ପହଁଚିଥିଲା ରୋଭର, ଇସ୍ରୋ ଜାରି କଲା ଫଟୋ

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-3 ଦ୍ୱାରା ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର୍ ଚନ୍ଦ୍ରରେ ଅବତରଣ କରିବା ପରେ ରୋଭର ପ୍ରଜ୍ଞାନ ଦକ୍ଷିଣ ମେରୁରେ ବୁଲୁଛି। ରୋଭର ଏହି ସମୟରେ ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ କରୁଛି। ବିକ୍ରମ ଲାଣ୍ଡର ମଧ୍ୟ ନିଜ କ୍ୟାମେରାରୁ ରୋଭରର ଗତିବିଧିର ଚିତ୍ର ପଠାଉଛନ୍ତି।…

ପ୍ରତିମା, ସବିତା ମୋଦୀଙ୍କୁ ରାକ୍ଷୀ ବାନ୍ଧିବାକୁ ଦିଲ୍ଲୀ ଯିବେ

କଟକ: ପ୍ରତିମା ବେହେରା ଓ ସବିତା ଦାସ ଏବେ ଉତ୍ସାହିତ। ରାକ୍ଷୀ ତିଆରି କରି ବ୍ୟବସାୟ କରନ୍ତି। ତାଙ୍କ ରାକ୍ଷୀର ଅନେକ ଗ୍ରାହକ ରହିଛନ୍ତି। କିନ୍ତୁ ଏବେ ତାଙ୍କ ଦ୍ବାରା ପ୍ରସ୍ତୁତ ରାକ୍ଷୀ ବନ୍ଧା ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ। ଯିଏକି ଏବେ ବିଶ୍ବର ସବୁଠୁ ଲୋକପ୍ରିୟ ଏବଂ…

ବିଜେଡି ନେତା ଓ କର୍ମୀ ଗୁଣ୍ଡାଗର୍ଦ୍ଦିର କେଉଁ ସୀମାକୁ ଯାଇପାରନ୍ତି, ଓଡ଼ିଶା ଦେଖିଛି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। ଏବେ ସୋସିଆଲ ମିଡିଆରେ ଚାଲିଛି ବାକ୍ ଯୁଦ୍ଧ। ବିଜେଡ଼ି ପ୍ରବକ୍ତା ସସ୍ମିତ ପାତ୍ରଙ୍କ ଟ୍ୱିଟର ପ୍ରତିକ୍ରିୟା ରଖିଛି ବିଜେପି। ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟ୍ୱିଟ୍ କରି ସସ୍ମିତ ପାତ୍ରଙ୍କୁ ଦେଇଛନ୍ତି ଉତ୍ତର। ସେ କହିଛନ୍ତି,…

ଜି-୨୦ ପାଇଁ ପୁଟିନ ନିଜେ ନଆସି ବୈଦେଶିକ ମନ୍ତ୍ରୀଙ୍କୁ ପଠାଇବେ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ଏହି ଫୋନ୍ କଲ୍ ସମୟରେ ରାଷ୍ଟ୍ରପତି ପୁଟିନ ପୁଣିଥରେ ଭାରତୀୟ ମହାକାଶ ଅଭିଯାନ ଚନ୍ଦ୍ରଯାନ-୩କୁ ଏହାର ଦକ୍ଷିଣ ମେରୁ ନିକଟରେ ସଫଳତାର ସହ ଅବତରଣ କରିଥିବାରୁ…

ବିବେକଙ୍କ ଦି ଭ୍ୟାକ୍ସିନ ୱାରକୁ ଭୂୟସୀ ପ୍ରଶଂସା କଲେ ମାଧବନ

ମୁମ୍ବାଇ: ଫିଲ୍ମମେକର ବିବେକ ଅଗ୍ନିହୋତ୍ରୀଙ୍କ ଦି ଭ୍ୟାକ୍ସିନ ୱାର ସେପ୍ଟମ୍ବର ୨୮ରେ ରିଲିଜ ହେବ । ଦି କଶ୍ମୀର ଫାଇଲ୍ସ ପରେ ବିବେକଙ୍କ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ରହିଛି । ନିକଟରେ ଅଭିନେତା ଆର.ମାଧବନ ଏହି ଫିଲ୍ମର ସ୍କ୍ରିନିଂ ଯୋଗ ଦେଇଥିଲେ । ଫିଲ୍ମ ଦେଖିବା ପରେ ସେ ଏହାର…

ଅପରାଜିତାଙ୍କୁ ଆକ୍ରମଣ ପ୍ରସଙ୍ଗ, ଔଷଧ ବିକଳରେ ବିଜେଡି ତାଟିଆ କାମୁଡୁଛି କହିଲା ବିଜେପି

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦଙ୍କ ଉପରେ ବିଜେଡିର ପ୍ରାୟୋଜିତ ଆକ୍ରମଣକୁ ନେଇ ଜୋର ଧରିଛି ରାଜନୀତି। ଗତକାଲି ଭୁବନେଶ୍ୱର ସାଂସଦଙ୍କ ଉପରେ ଶାସକ ବିଜେଡିର ପ୍ରାୟୋଜିତ ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି କହିଛି ବିଜେପି। ଏହି ଆକ୍ରମଣ ସମ୍ପୂର୍ଣ୍ଣ ଭାବରେ ବିଜୁ ଜନତା ଦଳ ଏବଂ ରାଜ୍ୟ…

ବିଦ୍ୟୁତ ବିଲ୍ ଜାଲିଆତି: ୨୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ, ଟାଟା କର୍ମଚାରୀ ଗିରଫ

ବାଲେଶ୍ୱର: ଟାଟା ପାଓ୍ୱାରର ଜଣେ ବରିଷ୍ଠ ଅଧିକାରୀ ଜାଲ ରସିଦ ଦେଇ ଗ୍ରାହକଙ୍କୁ ଠକି ନେଇଥିବା ଅଭିଯୋଗ ଆସିବା ପରେ ବାଲେଶ୍ୱରର ବହୁ ବିଦ୍ୟୁତ ଉପଭୋକ୍ତାଙ୍କ ମନରେ ଚିନ୍ତା ଘାରିଛି। ନିକଟରେ ସାରଗାଁ ଶାଖାରୁ ବ୍ୟବସାୟିକ ସେକ୍ସନ ଅଧିକାରୀ ଅରୁଣ ଜେନାଙ୍କୁ ଠକେଇ ଅଭିଯୋଗରେ ଗିରଫ କରାଯିବା…

ବଢ଼ିବ ଟ୍ରାଫିକ ସୁବିଧା, ଖୋର୍ଦ୍ଧା ରୋଡ଼-ବାରଙ୍ଗ ତୃତୀୟ ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ଅନୁମତି

ଭୁବନେଶ୍ୱର: ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡ ରେଳ ଲାଇନ ପ୍ରକଳ୍ପ ମଧ୍ୟରେ ବହୁ ପ୍ରତୀକ୍ଷିତ ତୃତୀୟ ଲାଇନ କାର୍ଯ୍ୟ ନିକଟରେ କାର୍ଯ୍ୟକ୍ଷମ ହୋଇଛି। ଏହି ତୃତୀୟ ଲାଇନ ରେଳ ସେକ୍ସନକୁ ରେଳ ନିରାପତ୍ତା ଆୟୁକ୍ତ (CRS)ଙ୍କ ଦ୍ୱାରା ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ କାର୍ଯ୍ୟର ଯାଞ୍ଚ ପରେ…

ଓଡ଼ିଶାର ଦୁଇ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ମନୋନୀତ

ଭୁବନେଶ୍ୱର: ସମ୍ମାନ ଓ ଗୌରବ ଓଡ଼ିଶା ପାଇଁ। ଗୁରୁ ଦିବସ ଅବସରରେ ଦୁଇ ଜଣ ବିଶିଷ୍ଟ ଶିକ୍ଷକ ୨୦୨୩ ମସିହା ପାଇଁ ସମ୍ମାନଜନକ ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଦୁଇ ଶିକ୍ଷକ ଭଦ୍ରକ ବ୍ଳକ ଅନ୍ତର୍ଗତ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶି ଶେଖର…

ଏମପିରେ କଂଗ୍ରେସ ଗ୍ୟାରେଣ୍ଟିକୁ ଟକ୍କର ଦେବ ଶିବରାଜଙ୍କ ରାକ୍ଷୀ ଉପହାର !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସର ପାଞ୍ଚୋଟି ନିର୍ବାଚନ ଗ୍ୟାରେଣ୍ଟି ଶାସକ ବିଜେପିର ମୁଣ୍ଡବିନ୍ଧାର କାରଣ ହୋଇଥିବା ଚର୍ଚ୍ଚା ହେଉଛି। ସେଥିପାଇଁ ଏମପିର ବିଜେପି ସରକାର ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବହୁ ଯୋଜନା ଘୋଷଣା କରୁଛନ୍ତି। ଏହି କ୍ରମରେ ମହିଳାମାନଙ୍କୁ ରାକ୍ଷୀବନ୍ଧନର…