Latest Odisha News

BREAKING NEWS

ଭଉଣୀ ହତ୍ୟାର ପ୍ରତିଶୋଧ ନେବାକୁ ଅନୁପ ସାଏଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲେ କନେଷ୍ଟବଳ!

ଝାରସୁଗୁଡା: ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା କଳ୍ପନା ଦାସ ଓ ତାଙ୍କ ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନିକଟରେ ଜାମିନରେ ଖଲାସ ହୋଇଥିବା ଅନୁପ ସାଏଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା। ନିକଟରେ ଝାରସୁଗୁଡାର ଜଣେ କନେଷ୍ଟବଳ ଅନୁପଙ୍କୁ ହତ୍ୟା…

ଦିବ୍ୟଶଙ୍କର ମିଶ୍ର ଦ୍ବିତୀୟ ବିବାହ କରିବେ

ଭବାନୀପାଟଣା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିବାଦୀୟ ହୋଇପଡ଼ିଥିବା କଳାହାଣ୍ଡି ଜୁନାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦ୍ବିତୀୟ ବିବାହ କରିବେ। ନିଜ ଦ୍ବିତୀୟ ବିବାହ ବାବଦରେ ଦିବ୍ୟଶଙ୍କର ଗଣମାଧ୍ୟମକୁ ସୁନିଶ୍ଚିତ…

କବିତା : କେମିତି ଲେଖିହୁଏ ପ୍ରେମ

ତେଜସ୍ଵିନୀ ପଣ୍ଡା  କେମିତି ଲେଖିହୁଏ ପ୍ରେମ ? ଆଶ୍ୱିନର କାଶତଣ୍ଡୀରେ ନା ପୁରୁଣା ଡାଇରୀ ପୃଷ୍ଠାରେ ! ପ୍ରେମ ଆସେ ରୂପସୀ ନାରୀର ଖିଆଲି ସ୍ୱପ୍ନରେ ପ୍ରେମ ଆସେ ସଦ୍ୟଜନ୍ମ ବଉଳର ମହମହ ବାସ୍ନାରେ। ଲେଖିହୁଏ ପ୍ରେମ ବନ୍ଦୀ ନାୟକର ବିରହ ଯାତ୍ରାରେ ଲେଖିହୁଏ ପ୍ରେମ…

ନବନିଯୁକ୍ତ ଅଧ୍ୟାପକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ସର୍ବଭାରତୀୟ ସ୍ତର ପରୀକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବ ନିଯୁକ୍ତ ଅଧ୍ୟାପକମାନଙ୍କୁ ଆହ୍ୱାନ କରି କହିଛନ୍ତି, ଛାତ୍ରଛାତ୍ରୀ କିଭଳି ଜାତୀୟ ସ୍ତର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ ପ୍ରାୟସ କରନ୍ତୁ। ଯୁବ ଗୋଷ୍ଠୀଙ୍କ ଭବିଷ୍ୟତ ଆପଣଙ୍କ ହାତରେ। ନବ ନିଯୁକ୍ତ ଅଧ୍ୟାପକମାନେ ସମସ୍ତେ ଶିକ୍ଷା…

ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଆୟୁଷ ଡାକ୍ତର

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବକୁ ବିରୋଧ କରି ଶତାଧିକ ଆୟୁଷ (ଆୟୁର୍ବେଦ) ଡାକ୍ତରମାନେ ସୋମବାର ଭୁବନେଶ୍ୱର ଲୋୟର ପିଏମଜି ଛକରେ ଧାରଣା ଦେଇଛନ୍ତି। ରାଜ୍ୟ ଆରବିଏସ୍କେ ଆୟୁଷ ଡାକ୍ତର ସଙ୍ଘ ବ୍ୟାନରରେ ଏକ ରାଲି କରିଥିଲେ। ଶୋଭାଯାତ୍ରା କରି ଲୋୟର…

ଚୌଦ୍ୱାର ଜେଲରେ ହେବ ଗୋପାଳର ମାନସିକ ସ୍ବାସ୍ଥ୍ୟ ଯାଞ୍ଚ

ଝାରସୁଗୁଡା: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସର ହେବ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ। ଚୌଦ୍ୱାର ସର୍କଲ ଜେଲରେ ସେ ଏବେ ରହିଛି। ଏହି ସମୟରେ ସୋମବାର ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚର ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଗୋପାଳ ଦାସର ମାନସିକ…

୨୦୧୪ରେ ମାନସିକ ରୋଗର ଚିକିତ୍ସା ପାଇଁ ଅନାଧିକୃତ ଛୁଟି ନେଇଥିଲା ଗୋପାଳ!

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଅଭିଯୁକ୍ତ ତଥା ବହିଷ୍କୃତ ଏଏସଆଇ ଗୋପାଳକୃଷ୍ଣ ଦାସ ୨୦୧୪ରେ ମାନସିକ ରୋଗର ଚିକିତ୍ସା ପାଇଁ ଅନାଧିକୃତ ଛୁଟି ନେଇଥିଲା। 'ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ'ର ରିପୋର୍ଟରୁ ଏହି ସୂଚନା ମିଳିଛି। ୨୦୧୪ରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର…

ବଲିଉଡ ଗାୟକ ସୋନୁ ନିଗମଙ୍କ ଉପରେ ଆକ୍ରମଣ ଅଭିଯୋଗ

ମୁମ୍ବାଇ: ବଲିଉଡ ଗାୟକ ତଥା କିମ୍ବଦନ୍ତୀ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ତାଙ୍କ ବନ୍ଧୁ ରବାନୀ ମୁସ୍ତଫା ଖାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏକ ଶୋ ’ କରୁଥିବା ସମୟରେ ଏହି ଆକ୍ରମଣ ହୋଇଛି। ସୋନୁ ନିଗମଙ୍କ ବନ୍ଧୁ ରବାନୀ ମୁସ୍ତଫା ଖାନ ଏଥିରେ ଆହତ…

ପୁଣି ଭୂକମ୍ପରେ ଥରିଲା ତୁର୍କୀ, ଏଥର ଆଉ କିଛି କୋଠା ଭୁଶୁଡ଼ି ପଡ଼ିଛି

ନୂଆଦିଲ୍ଲୀ: ସୋମବାର ପୁଣି ଭୂକମ୍ପରେ ଥରିଛି ତୁର୍କୀ। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର କହିଛି ଯେ ତୁର୍କୀ-ସିରିଆ ସୀମା ଅଞ୍ଚଳରେ ଦୁଇ କିଲୋମିଟର ଗଭୀରତାରେ ୬.୪ ତୀବ୍ରତାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନୂଆ ଭୂକମ୍ପ ଯୋଗୁଁ ଦକ୍ଷିଣ ତୁର୍କୀରେ ଆହୁରି ବିନାଶ ହେବାର ସମ୍ଭାବନା…

ନୀତି ଆୟୋଗର ନୂଆ ସିଇଓ ହେଲେ ବିଭିଆର ସୁବ୍ରମଣ୍ଯମ

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ବିଭିଆର ସୁବ୍ରମଣ୍ୟମ୍ ସୋମବାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ଭାବରେ ନିଯୁକ୍ତ ହୋଇଛନ୍ତି। ୧୯୮୭ ମସିହାର ଏହି ଆଇଏଏସ ଅଧିକାରୀ ବର୍ତ୍ତମାନର ସିଇଓ ପରମେଶ୍ୱରନ୍ ଆୟରଙ୍କ ସ୍ଥାନ ନେବେ। ପରମେଶ୍ୱରନ୍ ଆୟର ବର୍ତ୍ତମାନ ବିଶ୍ୱ…