Latest Odisha News

BREAKING NEWS

ଏଣିକି କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ ବାୟୋମେଟ୍ରିକ୍ ଉପସ୍ଥାନ, କେଉଁ ଅନୁଷ୍ଠାନରେ ଲାଗୁ ହେବ ଦେଖନ୍ତୁ…

ଭୁବନେଶ୍ବର: ଓଡ଼ିଶାର ସରକାରୀ କାର୍ଯ୍ୟାଳୟ ଏବଂ କଲେଜଗୁଡ଼ିକରେ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସଠିକ୍ ସମୟରେ ଉପସ୍ଥିତି ନିଶ୍ଚିତ କରିବା ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ (Biometric Attendance) ଏବେ ବାଧ୍ୟତାମୂଳକ କରାଯାଇଛି। ଏଥିରେ ଆଙ୍ଗୁଠିର ଛାପ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ…

ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡି ଯିବା ଘଟଣା: ସର୍ଚ୍ଚ ଅପରେସନରେ ସାମିଲ ହେଲା ୨ଟି ଚାଇନା ଜାହାଜ

ପାରାଦୀପ: କୁଆଡେ ଗଲା ଓସେନ ଉଇନର। କୁଆଡେ ଗଲେ ଆଉ ୨୨ କ୍ରିୟୁ ସଦସ୍ୟ। ନୌସେନା, କୋଷ୍ଟଗାର୍ଡ ଓ ବିଭିନ୍ନ ଏଜେନ୍ସି ସର୍ଚ୍ଚ ଅପରେସନରେ ସାମିଲ ଥିଲେ ମଧ୍ୟ ପାରୁନାହାନ୍ତି ଠାବ। ଯାହାକୁ ନେଇ ଏବେବି ଜାରି ରହିଛି ସସ୍ପେନ୍ସ। ଏବେ ଅପରେସନରେ ସାମିଲ ହୋଇଛି ୨ ଟି ଚାଇନା ଜାହାଜ। ଏଥିସହିତ…

ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ଯୋଗ ଦେଲେ ଅନୁଗୁ ଶିବା ମାରୁତି ରେଡ୍ଡୀ

ଭୁବନେଶ୍ୱର: ଆଇପିଏସ ଅଧିକାରୀ ଅନୁଗୁ ଶିବା ମାରୁତି ରେଡ୍ଡୀ ମଙ୍ଗଳବାର ଦିନ ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ ଏଡିସି (ଏଡ୍‌-ଡି-କ୍ୟାମ୍ପ) ଭାବେ ଯୋଗ ଦେଇଛନ୍ତି। ଲୋକ ଭବନରେ ଏକ ଔପଚାରିକ ସମାରୋହରେ ରାଜ୍ୟପାଳ ଅନୁଗୁ ରେଡ୍ଡୀଙ୍କୁ ନୂତନ ଦାୟିତ୍ୱରେ ସ୍ୱାଗତ କରିଛନ୍ତି। ଏହି…

MMDR ସଂଶୋଧନ ବିଲ୍‌କୁ ନେଇ ରାଜନୀତି: ଶାସକ-ବିରୋଧୀ ମଧ୍ୟରେ ବାକ୍ ଯୁଦ୍ଧ

ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ବାକ୍ ଯୁଦ୍ଧ ଉଗ୍ର ରୂପ ନେଇଛି। ଉଭୟ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିଛନ୍ତି। ରାଜ୍ୟର ସ୍ୱାର୍ଥ ବିରୁଦ୍ଧରେ କାମ କରିବାର ଅଭିଯୋଗ ମଧ୍ୟ ଉଠିଛି। ସଂସଦରେ MMDR ସଂଶୋଧନ ବିଲ୍ ପାସ୍ ହେବା ପରେ ବିଜେପି…

କିମସରେ ହୃତପିଣ୍ଡ ଧମନୀର ସଫଳ ଅସ୍ତ୍ରୋପଚାର: ନୂଆ ଜୀବନ ପାଇଲେ ୨୧ ବର୍ଷୀୟ ଯୁବକ

ଭୁବନେଶ୍ୱର: ଭଦ୍ରକର ଜଣେ ୨୧ ବର୍ଷୀୟ ଅନାଥ ଯୁବକଙ୍କ ଜୀବନ ବଞ୍ଚାଇବାରେ କିମସ ଭୁବନେଶ୍ୱରର ଡାକ୍ତରମାନେ ସଫଳ ହୋଇଛନ୍ତି। ବେକରେ ବଢ଼ୁଥିବା ଏକ ବିଶାଳ ଫୁଲା ଯୋଗୁଁ ରୋଗୀଙ୍କ ଶ୍ୱାସକ୍ରିୟା ଓ ଖାଦ୍ୟପାନୀୟ ଗିଳିବାରେ ଗୁରୁତର ସମସ୍ୟା ଦେଖାଦେଇଥିଲା। କିମ୍‍ସରେ ଜଟିଳ ଜରୁରୀକାଳୀନ…

ପୁଣି ମହାନଦୀରେ ଛୋଟ ବନ୍ୟା ଆଶଙ୍କା, ମୁଣ୍ଡଳୀରେ ବଢ଼ୁଛି ପାଣି

ଭୁବନେଶ୍ୱର: ରାଜ୍ୟର କେତେକ ସ୍ଥାନରୁ ବନ୍ୟା ବିପଦ ଟଳିଛି। ହେଲେ ଛତିଶଗଡ଼ରେ ବର୍ଷା ହେବା କାରଣରୁ ମହାନଦୀରେ ଜଳ ସ୍ତର ବଢ଼ିଛି। ତେଣୁ ମହାନଦୀରେ ଛୋଟ ବନ୍ୟା ହେବା ନେଇ ଆଶଙ୍କା ଉପୁଜିଛି। ବର୍ତ୍ତମାନ ମହାନଦୀରେ କୌଣସି ବଡ଼ ବନ୍ୟା ଆଶଙ୍କା ନାହିଁ, କିନ୍ତୁ ଜଳସମ୍ପଦ ବିଭାଗ ପକ୍ଷରୁ ଏକ ଛୋଟ…

୭ ବର୍ଷ ପରେ ଭାରତ ଆସିବେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ!

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ। ଆସନ୍ତା ମାସ BRICS ସମ୍ମିଳନୀକୁ ଆସିବା ନେଇ ସୂଚନା ମିଳିଛି। ଦୀର୍ଘ ୭ ବର୍ଷ ବ୍ୟବଧାନ ପରେ ଏକ ବଡ଼ ଟିମ୍‌ ସହ ଆସିବେ ବୋଲି କୁହାଯାଉଛି। ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ୪ ଶହ ଜଣିଆ ଟିମ୍‌ ସହ ଆସିପାରନ୍ତି ଚୀନ୍‌…

ଚନ୍ଦନପୁର ଗୋଷ୍ଠୀ ସଂଘର୍ଷରେ ୪ ଆହତ: ଜଳିଗଲା କୁଡ଼ିଆ ଘର, ପୋଲିସ କଲା ଫ୍ଲାଗମାର୍ଚ୍ଚ

ପୁରୀ: ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରଣ ମଠ ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହିଂସାତ୍ମକ ସଂଘର୍ଷରେ ଚାରି ଜଣ ଆହତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର କରି ଏହି ସଂଘର୍ଷ ହୋଇଥିବା ଜଣାପଡିଛି। ଏପରିକି ଦୁଇ…

ଗିରଫ ହେବେ କି କଣ୍ଠଶିଳ୍ପୀ ସୌରିନ ଭଟ୍ଟ? ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ

କଟକ: ଲୋକପ୍ରିୟ ଓଡ଼ିଆ ପ୍ଲେବ୍ୟାକ୍ ସିଙ୍ଗର୍ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ। ତାଙ୍କ ବିରୋଧରେ ଜାରି ହୋଇଥିବା ଜାମିନବିହୀନ ପରୱାନା ବା NBW ଉପରେ ପୂର୍ବରୁ ଲାଗୁ ହୋଇଥିବା ରହିତାଦେଶକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହ ନିମ୍ନ ଅଦାଲତରେ ସୌରିନ କିପରି ହାଜର ହେବେ, ସେନେଇ ଦୃଢ଼…

ଅନ୍ଧବିଶ୍ୱାସକୁ ବିଶ୍ୱାସ! ଗୁଣିଆର ଔଷଧ ଖାଇ ଚାଲିଗଲା ଦମ୍ପତିଙ୍କ ଜୀବନ

ଫୁଲବାଣୀ: ଅନ୍ଧବିଶ୍ୱାସ ହେଉଛି ଅଜ୍ଞାନତା ଏବଂ ଭୟରୁ ଜନ୍ମ ନେଉଥିବା ଏକ ଅଯୌକ୍ତିକ ଓ ଭୁଲ୍ ଧାରଣା। ଏହା ସମାଜର ବିକାଶ ପାଇଁ ଏକ ବଡ଼ ବାଧା। ଏହା ଜାଣିବା ପରେ ମଧ୍ୟ ଏହି ଆଧୁନିକ ଯୁଗରେ ଲୋକେ ଅନ୍ଧବିଶ୍ୱାସକୁ ଆପଣାଉଛନ୍ତି ଏବଂ ପରିଣାମ ଭୟଙ୍କର ବି ହେଉଛି। ଏହାର ଏକ ଉଦାହରଣ କନ୍ଧମାଳ…